ଅନ୍ତର୍ଜାତୀୟଅନ୍ୟାନ୍ୟ
ବିମାନ ଯାତ୍ରା ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ।

ଭୁବନେଶ୍ୱର ,ଫୁଏଲ ସରଚାର୍ଜ ବୃଦ୍ଧି କଲା ଏୟାର ଇଣ୍ଡିଆ। ଉପସାଗରୀୟ ଅଞ୍ଚଳରେ ଚାଲିଥିବା ଭୂ-ରାଜନୈତିକ ସଙ୍କଟ ଯୋଗୁଁ, ବିମାନ ଇନ୍ଧନ ମୂଲ୍ୟରେ ତୀବ୍ର ବୃଦ୍ଧି ଯୋଗୁଁ ବିମାନ ଯାତ୍ରା ବି ମହଙ୍ଗା ହୋଇଛି ।
ଯୁଦ୍ଧ ପୂର୍ବରୁ ବିମାନ ଇନ୍ଧନର ବ୍ୟାରେଲ୍ ପିଛା ଦର ୮୫-୯୦ ଡଲାର ଥିଲା।
ଏବେ ତାହା ୧୫୦-୨୦୦ ଡଲାରରେ ପହଞ୍ଚିଛି। ହର୍ମୁଜ ପ୍ରଣାଳୀ ଦେଇ, ତେଲ ଜାହାଜ ସ୍ବାଭାବିକ ଭାବେ ଚଳାଚଳ କରିପାରୁନଥିବାରୁ ତେଲ ଦର ବଢ଼ୁଛି।
ଏୟାର ଇଣ୍ଡିଆ ତାର ଘରୋଇ ଓ ଅନ୍ତର୍ଜାତୀୟ ରୁଟରେ, ଫୁଏଲ ସରଚାର୍ଜ ବୃଦ୍ଧି କରିଛି।
ଯାହା ଆସନ୍ତାକାଲିଠୁ ନୂଆ କରି ବୁକିଂ କରୁଥିବା ଯାତ୍ରୀମାନଙ୍କୁ ଟିକେଟ ପାଇଁ, ଅଧିକ ମୂଲ୍ୟ ଦେବାକୁ ପଡିବ।
ଘରୋଇ ବିମାନ ଯାତ୍ରା ପାଇଁ ପ୍ରତି ଟିକେଟ ପିଛା ୩୯୯ ଟଙ୍କା ଇନ୍ଧନ ସରଚାର୍ଜ ଲାଗୁ ହେବ।




