Uncategorized

ଗ୍ୟାସ୍‌ ସଙ୍କଟକୁ ନେଇ ବିଜେଡିର ପ୍ରତିବାଦ

ଭୁବନେଶ୍ୱର: ରାଜ୍ୟରେ ଦେଖାଦେଇଥିବା ଉତ୍କଟ ଗ୍ୟାସ୍ ସଙ୍କଟକୁ ନେଇ ପ୍ରତିବାଦର ସ୍ୱର ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ କଟକ ବାରବାଟୀ ବିଜେଡି ମହିଳା ଶାଖା ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ବକ୍ସି ବଜାର ଛକ ନିକଟରେ ଦଳୀୟ ମହିଳା କର୍ମୀମାନେ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ଜୋରଦାର ବିକ୍ଷୋଭ କରିଛନ୍ତି। ବିଜେଡି ନେତା ତଥା କଟକ ମେୟର ସୁବାସ ସିଂ କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତିକୁ ଦାୟୀ କରିଛନ୍ତି । ଡବଲ ଇଞ୍ଜିନ ସରକାର ଡବଲ ଧମାକା କରିବା ପରିବର୍ତ୍ତେ ଗ୍ୟାସ ସଙ୍କଟକୁ ରୋକିବାରେ ବିଫଳ ହୋଇଛି । ଆଗକୁ ଏହି ଆନ୍ଦୋଳନ ଆହୁରି ଜୋରଦାର କରାଯିବ । ମହିଳା କର୍ପୋରେଟର ମାନେ ଗ୍ୟାସ ସଙ୍କଟକୁ ନେଇ ବିଜେପି ବିଫଳ ହୋଇଛି ବୋଲି କହିଠଛନ୍ତି । ପଶ୍ଚିମ ଏସିଆର ଯୁଦ୍ଧ ଯୋଗୁଁ ଗ୍ୟାସ ସଙ୍କଟ ଏବେ ଘନେଇବାରେ ଲାଗିଲାଣି । ବୁକିଂ ହେଉଥିଲେ ଗ୍ୟାସ ଆସୁନି । ଅନେକ ସ୍ଥାନରେ ବୁକିଂ ମଧ୍ୟ ହେଉନି । ଗ୍ୟାସ ନଥିବାରୁ ଛୋଟ ଛୋଟ ଦୋକାନ ଓ ରେଷ୍ଟୁରାଣ୍ଟ ବନ୍ଦ ହେବାକୁ ବସିଲାଣି ଗ୍ୟାସ ସରିଲେ ଆଉ ବିକଳ୍ପ ନଥିବାରୁ ମାଲିକମାନେ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି ।

 

Related Articles

Back to top button