Uncategorized

ଇନ୍ଧନର ଅଭାବ ନାହିଁ; ଅଯଥା ଭୟଭୀତ ହୋଇ ବୁକିଂ ନ କରିବାକୁ କେନ୍ଦ୍ର ସରକାରଙ୍କ ଅନୁରୋଧ

ନୂଆଦିଲ୍ଲୀ: LPG ସିଲିଣ୍ଡର ସଙ୍କଟ ସମ୍ପର୍କିତ ଗୁଜବ ମଧ୍ୟରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଲୋକଙ୍କୁ ଆଶ୍ୱାସନା ଦେଇଛି ଯେ, ଦେଶରେ LPG ସିଲିଣ୍ଡର, ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ନାହିଁ । ଆତଙ୍କିତ ହୋଇ ଆଗୁଆ ବୁକିଂ କରିବାରୁ ଦୂରେଇ ରହିବାକୁ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ ବିଶେଷକରି ଶିଳ୍ପ ଓ ବାଣିଜ୍ୟିକ ବ୍ୟବହାର ପାଇଁ ଯଥେଷ୍ଟ ଯୋଗାଣ ବ୍ୟବସ୍ଥା କରାଯାଇଛି । ଯୋଗାଣ ବାଧା ପଡିବା ଆଶଙ୍କାରେ ଲୋକମାନେ ଆଗୁଆ ବୁକିଂ କରୁଥିବାରୁ ପ୍ରତିଦିନ LPG ବୁକିଂ 75–76 ଲକ୍ଷରୁ ବଢ଼ି ପ୍ରାୟ 88 ଲକ୍ଷକୁ ପହଞ୍ଚିଛି ।

Related Articles

Back to top button