ଜାତୀୟଯୁଦ୍ଧ

ଆମେରିକୀୟ ଦୂତାବାସ ଉପରେ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ,୧୪/୦୩/୨୦୨୬ : ଆମେରିକୀୟ ଦୂତାବାସ ଉପରେ ଡ୍ରୋନ ଆକ୍ରମଣ । ବାଗଦାଦରେ ଥିବା ଆମେରିକୀୟ ଦୂତାବାସ ଉପରେ ଆଜି ଏକ ଡ୍ରୋନ୍ ଆକ୍ରମଣ ହୋଇଥିବା ରିପୋର୍ଟ କରିଛି ଗଣମାଧ୍ୟମ ସଂସ୍ଥା ଏଏଫପି । ଏନେଇ ଇରାକର ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି,” ଗୋଟିଏ ଡ୍ରୋନ୍ ଦୂତାବାସ ଉପରେ ମାଡ଼ କରିଥିଲା । ଏହି ସମୟରେ ଜଣେ ଏଏଫପି ସାମ୍ବାଦିକ ସେହି କମ୍ପ୍ଲେକ୍ସରୁ ଧୂଆଁ ଉଠିବା ଦେଖିଥିଲେ।” ସେହିପରି ଏହି ଆକ୍ରମଣ କୂଟନୈତିକ ମିଶନକୁ ଟାର୍ଗେଟ କରି ହୋଇଥିବା କହିଛନ୍ତି ଇରାକର ଅନ୍ୟ ସୁରକ୍ଷା ଅଧିକାରୀ ।

ଇରାକ ରାଜଧାନୀ ବାଗଦାଦରେ ଥିବା ଆମେରିକୀୟ ଦୂତାବାସ ଉପରକୁ ଡ୍ରୋନ୍ ଆକ୍ରମଣ ପରେ ଦୂତାବାସ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଗତକାଲି (ଶୁକ୍ରବାର) ଇରାକ ପାଇଁ ଦୂତାବାସ ତାର ଚାରି ସ୍ତରୀୟ ସୁରକ୍ଷା ସତର୍କତାକୁ ନବୀକରଣ କରି ଚେତାବନୀ ଦେଇଥିଲା ଯେ, ଇରାନ ଏବଂ ଇରାନ-ସହଯୋଗୀ ମିଲିସିଆ ଗୋଷ୍ଠୀଗୁଡ଼ିକ ପୂର୍ବରୁ ଆମେରିକୀୟ ନାଗରିକ ଏବଂ ଭିତ୍ତିଭୂମି ଉପରେ ଆକ୍ରମଣ କରିଛନ୍ତି ଏବଂ ସେମାନଙ୍କୁ ଟାର୍ଗେଟ କରିପାରନ୍ତି।”

Related Articles

Back to top button