ଅନ୍ତର୍ଜାତୀୟଯୁଦ୍ଧ
ଇଣ୍ଡିଆ ଆସୁଛି LPG ଟ୍ୟାଙ୍କର୍ ବୋଝେଇ ଜାହାଜ।

ଭୁବନେଶ୍ୱର ,ଭାରତ ପାଇଁ ରାସ୍ତା ଖୋଲିଲା ଇରାନ। ହର୍ମୁଜ୍ ପାର୍ ହୋଇ ଇଣ୍ଡିଆ ଆସୁଛି LPG ଟ୍ୟାଙ୍କର୍ ବୋଝେଇ ଜାହାଜ।
ଗତକାଲି ୨ଟି LPG ଭର୍ତ୍ତି ଜାହାଜକୁ ଭାରତ ଆସିବା ନେଇ ଇରାନର ଅନୁମତି ପରେ, ଗୋଟିଏ ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ଅତିକ୍ରମ କରିଥିବା ସୂଚନା ମିଳିଛି ।
ଭାରତରେ ଅବସ୍ଥାପିତ ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି କହିଛନ୍ତି, ହର୍ମୁଜ ପ୍ରଣାଳୀରେ ଭାରତୀୟ ଜାହାଜକୁ ସୁରକ୍ଷିତ ମାର୍ଗ ଦେବ ଇରାନ।
ଭାରତୀୟ ପତାକାଧାରୀ ଜାହାଜଗୁଡ଼ିକ ବିନା ବାଧାରେ ଯାତାୟାତ କରିପାରିବେ।
ଭାରତ ଆମର ପୁରୁଣା ଓ ବିଶ୍ୱସ୍ତ ବନ୍ଧୁ। ତେଣୁ ସେମାନଙ୍କ ଜାହାଜକୁ, ସୁରକ୍ଷିତ ମାର୍ଗ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ଜାହାଜ ଉପରେ ଭାରତୀୟ ନୌସେନା କଡ଼ା ନଜର ରଖିଛି ।




