Uncategorized

ଦୋକାନ ଘରେ ଜଳିଗଲେ ବାପ ଓ ପୁଅ

ଭୁବନେଶ୍ବର: ଦୋକାନରେ ଶୋଇଥିବା ବେଳେ ଜଳିଗଲେ ବାପା ଓ ଦିବ୍ୟାଙ୍ଗ ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସାନପଦରରେ ଆଜି  ସକାଳେ ଘଟିଛି । ନିଆଁ ଲାଗିବାର କାରଣ ବିଦ୍ୟୁତ ସର୍ଟ ସର୍କିଟ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବେଗୁନିଆ ପୋଲିସ, ଅଗ୍ନିଶମ ବାହିନୀ ଓ ବୋଲଗଡ ତହସିଲଦାର ପହଞ୍ଚିଛନ୍ତି । ଉଭୟ ବାପା-ପୁଅଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରାଯିବା ପରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି । ଏହି ଘଟଣାରେ 2 ଜଣ ମୃତକ ହେଲେ ରାଜେଶ କୁମାର ସାହୁ (୫୭) ଓ ତାଙ୍କ ଦିବ୍ୟାଙ୍ଗ ପୁଅ ଲକ୍ଷ୍ମୀଧର ସାହୁ(୨୭) । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ସାନପଦର ଗାଁ ମୁଣ୍ଡରେ ଏହି ବାପା ଓ ପୁଅ ତେଜରାତି ଓ ଚା’ ଦୋକାନ କରି ପରିବାର ଚଳାଉଥିଲେ । ଉଭୟେ ପ୍ରତିଦିନ ଭୋରରୁ ଦୋକାନ ଖୋଲି ବ୍ୟବସାୟ କରନ୍ତି । ହେଲେ ଆଜି ଦୋକାନ ନ ଖୋଲିବାକୁ ସନ୍ଦେହ ବଢିଥିଲା । ଏହା ପରେ ସୂଚନା ପାଇ ବେଗୁନିଆ ପୋଲିସ, ଅଗ୍ନିଶମ ବାହିନୀ ଓ ବୋଲଗଡ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବିଭାଗ ଦୋକାନ ଆଜବେଷ୍ଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲେ । ବାପା ପୁଅଙ୍କ ମୃତ୍ୟୁ ପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Related Articles

Back to top button