Uncategorized

ପ୍ରାତଃଭ୍ରମଣ ବେଳେ ମାଡ଼ିଗଲା କାର୍; ୩ ମୃତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଉତ୍ତରା ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା ଘଟିଛି । କୃପାଜଳ ଇଂଜିନିୟରିଂ କଲେଜ ସାମ୍ନା ଭୁବନେଶ୍ୱର-ପୁରୀ ୩୧୬ ନଂ ଜାତୀୟ ରାଜପଥରେ କାର୍ ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଏଥସ ହ ଦୁର୍ଘଟଣା ଘଟାଇଥିବା କାର୍ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ଥିବା ଅନ୍ୟ ଜଣେ ଯୁବକ ମଧ୍ୟ ଗୁରୁତର ହୋଇଛନ୍ତି । ଭୋର ପ୍ରାୟ ୬ଟା ୩୦ ସମୟରେ ମହିଳା ଦୁଇ ଜଣ ପ୍ରାତଃଭ୍ରମଣରେ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି । ମୃତ ମହିଳା ହେଲେ ଉତ୍ତରା ଅଞ୍ଚଳର ବିବିଲତା ସାହୁ (୬୦) ଓ ଯାଜପୁର ଜିଲ୍ଲା ଅଧଳିଆ ଅଞ୍ଚଳର ଦୀପାଞ୍ଜଳି ରାଉତ (୩୮) । ତେବେ ମୃତ କାର୍ ଚାଳକଙ୍କ ନାମ ରୋନକ୍ ହୋଇଥିବା ବେଳେ ଆହତଙ୍କ ପରିଚୟ ଜଣାପଡିନାହିଁ । କାର୍ ଚଳକଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲର ବ୍ୟବଚ୍ଛେଦ ଗୃହରେ ରଖାଯାଇଥିବା ବେଳେ ଅନ୍ୟ ଆହତ ଯୁବକଙ୍କୁ ପଟିଆ ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଭୟ ଛାତ୍ର ବୋଲି ଜଣାପଡିଛି ।

Related Articles

Back to top button