ନିର୍ବାଚନରାଜନୀତି

ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା

ଭୁବନେଶ୍ୱର ,ଆସାମ ବିଧାନସଭା ପାଇଁ  ଆସନ୍ତା ମାସ ୯ ତାରିଖରେ ଭୋଟ ଗ୍ରହଣ ହେବ। ଗତକାଲି ନୂଆଦିଲ୍ଲୀରେ ବସିଥିବା ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଆସାମ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ, କ୍ୟାମ୍ପେନ ରଣନୀତି ନେଇ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା।ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ସହ ଅନ୍ୟ ସିଇସି ସଦସ୍ୟ ସାମିଲ ହୋଇଥିଲେ। ବୈଠକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ବି ଉପସ୍ଥିତ ଥିଲେ।ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ତାଙ୍କ ପାରମ୍ପରିକ ଆସନ ଜାଲୁକବାରିରୁ, ନିର୍ବାଚନ ଲଢିବେ। ସେ ଲଗାତର ପାଞ୍ଚ ଥର ହେବ ଏହି ଆସନରୁ ଜିତି ଆସୁଛନ୍ତି।ଆସାମ ବିଧାନସଭା ନିର୍ବାଚନ ପାଇଁ,  ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି। ୮୮ଟି ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ।ସେପଟେ କିଛି ଦିନ ତଳେ ବିଜେପିରେ ମିଶିଥିବା ଆସାମର ପୂର୍ବତନ କଂଗ୍ରେସ ସଭାପତି, ଭୂପେନ କୁମାର ବୋରା ବିହପୁରିଆରୁ ପ୍ରତିଦ୍ବନ୍ଦ୍ବିତା କରିବେ।୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭା ନିର୍ବାଚନରେ ବିଜେପି ୮୯ଟି ସିଟରେ ଲଢିବ। ମେଣ୍ଟ ସହଯୋଗୀ ଆସାମ ଗଣ ପରିଷଦକୁ ୨୬ ଏବଂ ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟକୁ ୧୧ଟି ଆସନ ଛାଡିଛି।ସେହିପରି ଗତକାଲି ବିଜେପିରେ ସାମିଲ ହୋଇଥିବା ନଗାଁଓର ଲୋକସଭା ସାଂସଦ, ପ୍ରଦ୍ୟୁତ୍ ବୋରଦୋଲୋଇ ଦିସପୁର ଆସନରୁ ଲଢିବେ।

Related Articles

Back to top button