ଅନ୍ୟାନ୍ୟବାଣିଜ୍ୟ

ଯୁଦ୍ଧ ଭିତରେ ଖସୁଛି ସୁନା-ରୁପା ଦର ।

ଭୁବନେଶ୍ୱର,୨୨ ଓ ୨୪ କ୍ୟାରେଟ୍ ସୁନା ଦର ଅହେତୁକ ବୃଦ୍ଧି ପରେ, ଏବେ ଗ୍ରାହକ ୧୮ କ୍ୟାରେଟ୍ ସୁନା ପ୍ରତି ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି । ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୨ ହଜାର ୭୮୦ ଟଙ୍କା ଖସିଛି । ୨୨ କ୍ୟାରେଟ ସୁନା ବି ୧୦ ଗ୍ରାମ ପିଛା କମିଛି ୧୫ଶହ ୫୦ ଟଙ୍କା କମିଛି । ତେଣୁ ଏବେ ମାର୍କେଟରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଲକ୍ଷେ ୪୧ ହଜାର ୭୫୦ ଟଙ୍କା ରହିଛି । ସୁନା ଓ ରୁପା ଦରର ଏ ଲୁଚକାଳି ଏବେର ନୁହେଁ ଗତ ୬ ମାସ ହେଲା ଦେଖାଦେଇଛି । ଯୁଦ୍ଧ ଭିତରେ ଖସୁଛି ସୁନା-ରୁପା ଦର । ଗୋଲ୍ଡ ମାର୍କେଟ୍ କ୍ରାସ ପରେ ଗ୍ରାହକ ଖୁସ୍ । ଲଗାତର ଗତ କିଛି ଦିନ ହେବ ସୁନାଦର, ବାରମ୍ବାର ଖସୁଛି । ପ୍ରତ୍ୟେକ ଦିନ ସୁନା ଦର ହ୍ରାସ ପାଇଁ ବର୍ତ୍ତମାନ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ଲକ୍ଷେ ୫୪ ହଜର ୬୪୦ ଟଙ୍କା ରହିଛି ।ଆଜି ୧୮ କ୍ୟାରେଟ୍ ସୁନା ମଧ୍ୟ ୧୦ ଗ୍ରାମ ପିଛା ୨ ହଜାର ୯୦ ଟଙ୍କା ହ୍ରାସ ପାଇଛି ।୨୨ ଓ ୨୪ କ୍ୟାରେଟ୍ ସୁନା ଦର ଅହେତୁକ ବୃଦ୍ଧି ପରେ ଏବେ ଗ୍ରାହକ ୧୮ କ୍ୟାରେଟ୍ ସୁନା ପ୍ରତି ଆଗ୍ରହୀ ହେଉଥିବା ଦେଖିବାକୁ ମିଳୁଛି ।ଗତ ୧୦ ଦିନରେ ରୂପା କେଜି ପ୍ରତି ୩୫ ହଜାର ଟଙ୍କା ଖସି ସାରିଛି । ମଧ୍ୟପ୍ରାଚ୍ୟରେ ଇରାନ-ଆମେରିକା ଓ ଇସ୍ରାଏଲ୍ ମଧ୍ୟରେ ଘମାସାନ ଲଢ଼େଇ କାରଣରୁ ଡଲାରେ ନିବେଶ ବଢ଼ିବାରେ ଲାଗିଛି । ଆଉ ସୁନା ଧୀରେ ଧୀରେ ଦୁର୍ବଳ ହେଉଛି ।

Related Articles

Back to top button