ଓଡ଼ିଶା

ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର; ହ୍ରାସ ପାଇଛି ସୁନା ଓ ରୁପା ଦର

ଭୁବନେଶ୍ୱର, ୧୯/୦୨/୨୦୨୬: ବିବାହ ଋତୁ ପୂର୍ବରୁ ସୁନା ଓ ରୁପା କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। ଦୀର୍ଘ ଦିନର ବୃଦ୍ଧି ପରେ ଏବେ ବଜାରରେ ସୁନା ଓ ରୁପା ଦରରେ ହ୍ରାସ ପରିଲକ୍ଷିତ ହୋଇଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଆଜି ସୁନା ମୂଲ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି।

ଆଜିର ବଜାର ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଗ୍ରାମ ପିଛା ₹୧୫,୬୪୯ ରହିଥିବା ବେଳେ, ଗହଣା ତିଆରି ପାଇଁ ବ୍ୟବହୃତ ୨୨ କ୍ୟାରେଟ୍ ସୁନା ଗ୍ରାମ ପିଛା ₹୧୪,୩୪୫ ରେ ପହଞ୍ଚିଛି। ସେହିପରି ୧୮ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ₹୧୧,୭୩୭ କୁ ଖସି ଆସିଛି।

ଅନ୍ୟପଟେ ରୁପା ଦରରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିଛି। ଆଜି ରୁପା ମୂଲ୍ୟ ଗ୍ରାମ ପିଛା ₹୨୭୦ ଏବଂ କିଲୋଗ୍ରାମ ପିଛା ₹୨,୭୦,୦୦୦ କମିଛି। ସୁନା ଓ ରୁପା ଦରରେ ଏହି ହ୍ରାସ ଗ୍ରାହକଙ୍କୁ ବଡ଼ ଧରଣର ଆଶ୍ୱସ୍ତି ଦେଇଛି। ବିବାହ ଏବଂ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ପାଇଁ ଗହଣା କିଣିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ।

Related Articles

Back to top button