ଐତିହ୍ୟ ଓ ସଂସ୍କୃତିମନୋରଞ୍ଜନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦମ୍ପତିଙ୍କୁ ଜଣାଇଛନ୍ତି ଅଭିନନ୍ଦନ ।

ଭୁବନେଶ୍ୱର , ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଫେବୃଆରୀ ୨୬ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।
ସୋସିଆଲ ମିଡିଆରେ, ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ….
ବିବାହ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଦମ୍ପତିଙ୍କୁ, ଶୁଭେଚ୍ଛା ଜଣାଇ ଏକ ସ୍ୱତନ୍ତ୍ର ଚିଠି ପଠାଇଥିଲେ।
ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହି ଚିଠିରେ ପ୍ରଧାନମନ୍ତ୍ରୀ ଦମ୍ପତି ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି।
ସେ ଲେଖିଛନ୍ତି, “ଶ୍ରୀମତୀ ମାଧବୀ ଏବଂ ଶ୍ରୀ ଗୋବର୍ଦ୍ଧନ ରାଓ ଦେବରକୋଣ୍ଡା ୨୬ ଫେବୃଆରୀ, ୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ଏବଂ ରଶ୍ମିକାଙ୍କ ବିବାହ ଉତ୍ସବରେ ଆପଣଙ୍କ ନିମନ୍ତ୍ରଣ ପାଇ ମୁଁ ବହୁତ ଖୁସି।
ଏହି ପବିତ୍ର ଅବସରରେ, ଦେବରକୋଣ୍ଡା ଏବଂ ମନ୍ଦାନାଙ୍କ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ।




