ମୌସୁମୀ
୨୩ ଜିଲ୍ଲାକୁ ଆଲର୍ଟ : ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨୬/୦୨/୨୦୨୬ : ଦକ୍ଷିଣ ପୂର୍ବ ବଙ୍ଗୋପ ସାଗର ଉପରେ ଥିବା ଘୁର୍ଣ୍ଣିବଳୟ ୧.୫ କିଲୋମିଟର ପର୍ଯ୍ୟନ୍ତ ଉପରକୁ ବିସ୍ତାରିତ ରହିଛି । ଏହା ପୂର୍ବ ଦିଗରେ ଗତିକରି ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବୁଧବାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି ।
ଗୁରୁବାର ୨୩ ଜିଲ୍ଲାରେ ଝଡବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ୱାଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଲା, ବାଲେଶ୍ୱର , ଯାଜପୁର, ଭଦ୍ରକ, ବଲାଙ୍ଗୀର, କଳାହାଣ୍ଡି, କେନ୍ଦ୍ରାପଡା , କଟକ, ଜଗତସିିଂହପୁର, ପୁରୀ, ଖେର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି , ନୂଆପଡା ଅନୁଗୋଳ, ଢେଙ୍କାନାଳ,ମାଲକାନଗିରି , କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି ।




