
ଚେନ୍ନାଇ, ୨୭/୦୨/୨୦୨୬ : ଗୋଟିଏ ପଟେ ପଡିଆରେ ଦେଶ ପାଇଁ ଖେଳୁଥିଲା ପୁଅ, ଅନ୍ୟପଟେ ହସ୍ପିଟାଲର ବେଡ଼ରେ ମୃତ୍ୟୁ ସହ ଲଢୁଥିଲେ ବାପା ।ଗୋଟିଏ ପଟେ ପଡିଆରେ ବ୍ୟାଟ ଚାଲୁଥିଲା, ଆଉ ଗୋଟେ ପଟେ ଶେଷ ନିଶ୍ୱାସ ସହ ସଂଘର୍ଷ କରୁଥିଲେ ବାପା । ଯେତେବେଳେ ପୁଅ ଦେଶ ପାଇଁ ବିଶ୍ୱକପ ଖେଳୁଥିଲେ ସେତେବେଳେ ହସପିଟାଲ ବେଡରେ ଆଖି ବୁଝିଦେଲେ ବାପା । ହଁ ଆଜ୍ଞା ଆମେ କହୁଛୁ ଭାରତୀୟ ଖେଳାଳି ରିଙ୍କୁ ସିଂଙ୍କ କଥା । ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ବାପାଙ୍କର ପରଲୋକ ହୋଇଛି । ରିଙ୍କୁଙ୍କ ବାପାଙ୍କ ନାଁ ଖାନଚନ୍ଦ୍ର ସିଂ । ପିତାଙ୍କ ମୃତ୍ୟୁ ଖବର ରିଙ୍କୁଙ୍କୁ ସ୍ତବ୍ଧ କରିଦେଇଛି । ଗ୍ରେଟର ନଏଡାର ଏକ ଘୋରଇ ହସ୍ପିଟାଲରେ ଖାନଚନ୍ଦ୍ର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଷ୍ଟେଜ ୪ ଯକୃତ କ୍ୟାନ୍ସରରେ ପୀଡିତ ଥିଲେ ।
ଦୀର୍ଘଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ଶେଷରେ ଆଖି ବୁଝିଛନ୍ତି । ଏପରି ପରିସ୍ଥିତିରେ ରିଙ୍କୁ ସିଂ ଙ୍କୁ ଟିମ ଇଣ୍ଡିଆ ଛାଡି ହଟାତ ଘରକୁ ଫେରିଯିବାକୁ ପଡିଛି । ଆସନ୍ତା ଜୁନ ମାସରେ ରିଙ୍କୁଙ୍କ ବିବାହ ହୋଇଥାନ୍ତା । ପୁଅର ବାହାଘର ଦେଖିବା ଆଗରୁ ଆଖି ବୁଝି ଦେଲେ ବାପା । ରିଙ୍କୁ ସିଂ ଫେବୃଆରୀ ୨୩ ତାରିଖରେ ମ୍ୟାଚ୍ ପାଇଁ ଚେନ୍ନାଇରେ ପହଞ୍ଚି ଥିଲେ | ସେଠାରେ ପହଂଚିବା ପରେ ବାପାଙ୍କ ସ୍ଵାଥ୍ୟ ଖରାପ ଖବର ପାଇଥିଲେ ।
ଖବର ପାଇ ରିଙ୍କୁ ସିଂ ଚେନାଇରୁ ତାଙ୍କ ବାପାଙ୍କ ପାଖକୁ ଚାଲିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରେଟର ନଏଡାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ଏହି ଘଟଣା ଭାରତର କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ କଥା ମନେ ପକାଇ ଦେଉଚି , ସଚିନ୍ ଯେତେବେଳେ ଇଂଲଣ୍ଡରେ 1999 ବିଶ୍ବକପ ଖେଳୁଥିଲେ, ତାଙ୍କ ବାପାଙ୍କର ବି ଦେହନ୍ତ ହୋଇଥିଲା । ସେ ଅଧା ବିଶ୍ବ କପରୁ ଭାରତ ଫେରି ଆସିଥିଲେ ।



