Uncategorized

ଦହିବରା ଆଳୁଦମ ଦିବସ ପାଳିତ – Bastabbadi

ଭୁବନେଶ୍ବର: କଟକ ଭାଇଚାରା ପରମ୍ପରାରର ସ୍ୱତନ୍ତ୍ରତା ଭଳି କଟକ ଦହିବରା ଆଳୁଦମର ମଧ୍ୟ ଏକ ନିଆରା ସ୍ବାଦ ରହିଛି । ସମଗ୍ର ରାଜ୍ୟ ତଥା ଦେଶ ବିଦେଶରେ ଏହି ଖାଦ୍ୟର ବିଶେଷ ପ୍ରଚାର ପ୍ରସାର ସହ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକ ମହାନଗର ନିଗମ, କଟକ ଉନ୍ନୟନ କର୍ତ୍ତୃପକ୍ଷ ଓ ଜିଲ୍ଲା ସଂସ୍କୃତି ପରିଷଦର ସହଯୋଗରେ ମାର୍ଚ୍ଚ ୧ ତାରିଖରେ କଟକ ଦହିବରା ଆଳୁଦମ ଦିବସ ପାଳନ କରାଯାଉଛି। ଏହି ଅବସରରେ ଆଜି ବାଲିଯାତ୍ରା ତଳ ପଡିଆ ସ୍ଥିତ କଟକ ଇନ କଟକ ଠାରେ କଟକ ଦହିବରା ଆଳୁଦମ ଦିବସ ପାଳନ କରାଯାଇଛି । କଟକ ମହାନଗର ନିଗମ ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ ଯୋଗ ଦେଇ ଦହିବରା ଆଳୁଦମ ପ୍ରତ୍ୟେକ କଟକିଆଙ୍କ ପ୍ରିୟ ଖାଦ୍ୟ ବୋଲି କହିଥିଲେ । ଯିଏ ଯେଉଁଠି ଥାଉ ନା କାହିଁକି କଟକକୁ ଆସିଲେ ପ୍ରଥମେ ଦହିବରା ଆଳୁଦମ ହିଁ ଖୋଜିଥାଏ । ଦହିବରା ଏବେ କେବଳ କଟକରେ ସିମୀତ ହୋଇ ରହିନାହିଁ ଏହା ଦେଶ ବିଦେଶରେ ମଧ୍ୟ ନାଁ କରିସାରିଲାଣି । ବାରବାଟୀ-କଟକ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋସ ଦହିବରାକୁ କଟକର ଅନ୍ୟତମ ପରିଚୟ ବୋଲି ଅଭିହିତ କରି ଏହି ଖାଦ୍ୟକୁ ଲୋକପ୍ରିୟ କରାଇବାରେ ହଦିବରା ବ୍ୟବସାୟୀମାନଙ୍କର ଭୂମିକାକୁ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଥିଲେ, ରୌପ୍ୟ ନଗରି କଟକ ସହରର ଅନ୍ୟତମ ପରିଚୟ ହେଉଛି ଦହିବରା ଆଳୁଦମ । ଏଠାକାର ବାଣିଜ୍ୟ କାରବାର ସହ ବିଭିନ୍ନ ପରମ୍ପରା ତଥା ପର୍ବପର୍ବାଣୀ ପାଳନ ହୋଇଆସୁଥିବା ବେଳେ ଗତବର୍ଷ ଠାରୁ ମାର୍ଚ୍ଚ ୧ତରିଖକୁ ଦହିବରା ଆଳୁଦମ୍ ଦିବସ ଭାବେ ପାଳିତ ହୋଇ ନୂତନ ପରମ୍ପରା ସୃଷ୍ଟି କରିପାରିଛି ବୋଲି ଜିଲ୍ଲାପାଳ ଏହି ଅବସରରେ କହିଛନ୍ତି । କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ଅଭିନେତା ଶ୍ରୀତମ ଦାସ, ଅରିନ୍ଦମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ଅନୁଷ୍ଠିତ ହହିବରା ଉତ୍ସବରେ କଟର ବିଭିନ୍ନ ଦହିବରା ବ୍ୟବସାୟୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇ ଷ୍ଟଲମାନ ଖୋଲିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଅଂଶଗ୍ରହକାରୀ ଦହିବରା ବ୍ୟବସାୟୀ ଓ ଫୁଡ଼ ବ୍ଲଗରମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରୋତ୍ସାହନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଦହିବରା ଦିବସର ନୋଡାଲ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ଡଃ. ଇପ୍‌ସିତା ପ୍ରିୟଦର୍ଶିନୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନ ନିମନ୍ତେ କାର୍ଯ୍ୟ କରିଥିଲେ ।

Related Articles

Back to top button