ଅନ୍ତର୍ଜାତୀୟଇରାନ-ଇସ୍ରାଏଲ ଯୁଦ୍ଧ

ମଧ୍ୟପ୍ରାଚ୍ୟରେ ମହାଲଢେଇ; ପ୍ରତିଶୋଧ ପରାୟଣ ଇରାନ, ଲେବନନରେ ଇସ୍ରାଏଲର ବଡ଼ ଆକ୍ରମଣ

ନୂଆଦିଲ୍ଲୀ,୦୨/୦୩/୨୦୨୬: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣରେ ଦେଶର ସୁପ୍ରିମ୍‌ ଲିଡର୍‌ ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଆହୁରି ପ୍ରତିଶୋଧ ପରାୟଣ ହୋଇ ଉଠିଛି ଇରାନ । ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ଆକ୍ରମଣ କରିଛି ଇରାନ । ସେପଟେ ଖାମେନେଇଙ୍କ ମୃତ୍ୟୁକୁ ନେଇ ଇରାନରେ ହଜାର ହଜାର ଲୋକ ଶୋକ ପ୍ରକାଶ କରୁଥିବା ବେଳେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଆମେରିକା-ଇସ୍ରାଏଲର ମିଳିତ ବୋମାମାଡ଼ରେ 48 ଜଣ ଇରାନୀ ନେତାଙ୍କ ମୃତ୍ୟୁ ହୋଇଛି ।

ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପ୍ରଭାବରେ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । AFP ସଦ୍ୟତମ ଅପଡେଟ୍ ଅନୁଯାୟୀ, ଇସ୍ରାଏଲୀ ସେନା “ଇରାନରୁ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ଚିହ୍ନଟ କରିଛି” ବୋଲି କହିବା ପରେ ଜେରୁସାଲେମରେ ବିସ୍ଫୋରଣ ଶୁଣାଯାଇଛି । ଯାହା ଫଳରେ ଆକ୍ରମଣ ସାଇରନ୍ ବାଜିଥିଲା । ଦୋହା, ଆବୁଧାବି ଏବଂ କୁଏତ ସିଟିରେ ମଧ୍ୟ ଜୋରଦାର ବିସ୍ଫୋରଣ ଶୁଣାଯାଇଛି । ଆମେରିକୀୟ ଦୂତାବାସରୁ ଧୂଆଁ ଉଠିଥିବା ଦେଖାଯାଇଛି ।

Related Articles

Back to top button