ଅନ୍ତର୍ଜାତୀୟରାଜନୀତି

ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଭୁବନେଶ୍ୱର ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ନୂଆଦିଲ୍ଲୀ ନିରନ୍ତର ଶାନ୍ତି ଏବଂ ସ୍ଥିରତା ପାଇଁ ଆହ୍ୱାନ ଦେଇଛି।

ଯେତେବେଳେ ଦୁଇଟି ଗଣତନ୍ତ୍ର ଏକାଠି ଛିଡା ହୁଅନ୍ତି, ସେତେବେଳେ ଶାନ୍ତି ପାଇଁ ସେମାନଙ୍କର ସାମୂହିକ ସ୍ୱର ଆହୁରି ଦୃଢ଼ ହୁଏ।

ପଶ୍ଚିମ ଏସିଆର ବର୍ତ୍ତମାନର ପରିସ୍ଥିତି ଆମ ପାଇଁ ଗଭୀର ଚିନ୍ତାର ବିଷୟ।ଆପୋସ କଥାବାର୍ତ୍ତା, କୂଟନୈତିକ ଜରିଆରେ ସମସ୍ୟାର ସମାଧାନ ହେଉ। ନାଗରିକଙ୍କ ସୁରକ୍ଷା ଆମର ପ୍ରାଥମିକତା ।

ଏହି ଅଞ୍ଚଳରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଦେଶ ସହିତ ଘନିଷ୍ଠ ଭାବରେ ଜଡିତ ରହିବେ।

ଭାରତ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ତ ବିବାଦର ସମାଧାନକୁ ସମର୍ଥନ କରେ। ବିଶ୍ବରେ ଶାନ୍ତି ଓ ସ୍ଥିରତା ଚାହେଁ ଭାରତ।

Related Articles

Back to top button