Uncategorized

ଭୁବନେଶ୍ୱରରେ ପୁଣି ସିମ ବକ୍ସ ଜବତ: ଚୀନ ଓ ବାଂଲାଦେଶ ଲିଙ୍କ୍, ୨ କେରଳ ଯୁବକ ଗିରଫ

ଭୁବନେଶ୍ବର: ରାଜଧାନୀରେ ପୁଣି ସିମ୍ ବକ୍ସ ନେଟୱର୍କ ଠାବ ହୋଇଛି । ଏଥର ଏହି ସିମ୍ ବକ୍ସରେ ଚୀନ ଓ ବାଂଲାଦେଶ ଲିଙ୍କ୍ ରହିଥିବା ଜଣାପଡିଛି । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଆଜି (ସୋମବାର) କମିଶନରେଟ୍ ପୋଲିସ ଆଜି ଏକ ଭଡାଘରେ ଚଢ଼ାଉ କରି ୧୨ଟି ସିମ୍ ବକ୍ସ ଜବତ କରିଛି । ଘଟଣାରେ ୨ ଜଣ କେରଳ ଯୁବକଙ୍କୁ ପୋଲିସ ଗିରଫ କରିଛି । ସିମ୍ ବକ୍ସ ବ୍ୟତୀତ ଶତାଧିକ ସିମ୍ କାର୍ଡ ଓ ଅନ୍ୟାନ୍ୟ ଉପକରଣ ମଧ୍ୟ ଜବତ କରାଯାଇଛି । ଖବର ମିଳିବା ପରେ ସ୍ପେଶାଲ ସ୍କ୍ୱାର୍ଡ, ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ଓ ଚନ୍ଦ୍ରଶେଖରପୁର ଥାନା ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲା । ଏନେଇ ଭୁବନେଶ୍ୱର ସାଇବର ଥାନା ପକ୍ଷରୁ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଦ୍ୱୟଙ୍କ ନାମ ଓମାର ଓ ସିଆଉଲ ହକ୍ ହୋଇଥିବା ବେଳେ ଉଭୟଙ୍କ ପ୍ରକୃତ କେରଳ ଠିକଣା ଜାଣିବାକୁ ପୋଲିସ ଯାଞ୍ଚ କରୁଛି । ଉଭୟ ବି-ଟେକ୍ ପାଠ ଅଧାରୁ ଛାଡିଛନ୍ତି । ତେବେ ଅଭିଯୁକ୍ତଦ୍ୱୟ ଏହି ସିମ୍ ବକ୍ସ ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିଲେ ନା ସାଇବର ଠକେଇ କରୁଥିଲେ ସେନେଇ ଜାଣିବାକୁ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Related Articles

Back to top button