ଓଡ଼ିଶାଜୀବନଶୈଳୀ

ନୂଆ ଶିଳ୍ପ ବସିବ, ଦାଦନ ରୋକାଯିବ: ଶ୍ରମ ମନ୍ତ୍ରୀ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଆମ ରାଜ୍ୟର ଏକ ବଡ଼ ସମସ୍ୟା ହେଉଛି ଦାଦନ । ପ୍ରତିବର୍ଷ ହଜାର ହଜାର ଲୋକ ପଶ୍ଚିମ ଓଡ଼ିଶାରୁ ପଡୋଶୀ ଆନ୍ଧ୍ର ଓ ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଇଥାନ୍ତି । ରାଜ୍ୟର ଅନ୍ୟ ପ୍ରାନ୍ତରୁ ଦାଦନ ଯାଉଥିଲେ ମଧ୍ୟ ପଶ୍ଚିମ ଓଡିଶାରୁ ଏହି ସଂଖ୍ୟା ଅଧିକ । ଯାହା ଦୀର୍ଘ ବର୍ଷ ଧରି ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ନୂଆ ଶିଳ୍ପ ପ୍ରତିଷ୍ଠା କରି ସେମାନଙ୍କୁ ନିଜ ଅଞ୍ଚଳରେ ନିଯୁକ୍ତି କରାଯିବ । ଏ ନେଇ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ।

 

ସରକାର ଦାଦନ ରୋକିବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେତେଟା ସଫଳ ହୋଇ ପାରିନାହାନ୍ତି । ତେଣୁ ଏହାକୁ ରୋକିବାକୁ ୨୦୨୬-୨୭ ବଜେଟରେ ଡାଲଖାଇ ଯୋଜନା ଆଣିଛନ୍ତି ମୋହନ ସରକାର । ଏହି ଯୋଜନାରେ ଦାଦନ ଯାଉଥିବା ଲୋକଙ୍କୁ ନିଜ ଅଞ୍ଚଳରେ କାମ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ଓଡ଼ିଶା ସରକାର ।

Related Articles

Back to top button