ଅନ୍ୟାନ୍ୟଓଡ଼ିଶା

ଓଡ଼ିଶା ସମୃଦ୍ଧିର ପ୍ରତିବିମ୍ବ ହେବ ପାରାଦ୍ବୀପ

ଭୁବନେଶ୍ୱର ,ପାରାଦ୍ବୀପରୁ ପୁରୀ ପର୍ଯ୍ୟନ୍ତ ଅଞ୍ଚଳ ପୂର୍ବ ଭାରତର ମୁମ୍ବଇ ଭଳି ଇକୋନୋମିକ୍ ହବ୍ ହେବ ଏବଂ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ପାଇଁ ଏକ ପ୍ରବେଶ ଦ୍ବାର ଭଳି କାର୍ଯ୍ୟ କରିବ। କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ଆପଣମାନଙ୍କ ଭାଗୀଦାରିରେ ଓଡ଼ିଶା ଏକ ସମୃଦ୍ଧ, ବିକଶିତ ରାଜ୍ୟ ରୂପେ ବିକଶିତ ଭାରତର ଗ୍ରୋଥ୍, ଇଞ୍ଜିନ ଭାବରେ ଦେଶର ଅର୍ଥନୀତିକୁ, ସମୃଦ୍ଧ କରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।ଶୁକ୍ରବାର କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ଇଫ୍‌କୋ ସଲ୍‌ଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଉଦ୍‌ଘାଟନ ଅବସରରେଶ୍ରୀ ମାଝୀ କହିଲେ, ପାରାଦ୍ବୀପ ସହର ହେଉଛି ଉଦୀୟମାନ ଓଡ଼ିଶାର ପ୍ରତୀକ। ବନ୍ଦର, ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ, ସାର କାରଖାନା ଓ ଆହୁରି ଅନେକ ଶିଳ୍ପର କେନ୍ଦ୍ରସ୍ଥଳ ହେଉଛି ଆପଣମାନଙ୍କ ପାରାଦ୍ବୀପ। ଏହା କେବଳ ଆରମ୍ଭ ମାତ୍ର। ଆଗାମୀ ଦିନରେ ପାରାଦ୍ବୀପ ଓଡ଼ିଶାର, ସମୃଦ୍ଧିର ପ୍ରତିବିମ୍ବ ହେବାକୁ ଯାଉଛି। ପାରାଦ୍ବୀପରେ ଟେକ୍ସଟାଇଲ ପାର୍କ ଭଳି ଅନେକ ଶିଳ୍ପ ଓ ଶିଳ୍ପ ଭିତ୍ତିଭୂମି ସୃଷ୍ଟି ହେବାକୁ ଯାଉଛି। ପାରାଦ୍ବୀପରୁ କଟକ, ଭୁବନେଶ୍ବର ଦେଇ ପୁରୀ ପର୍ଯ୍ୟନ୍ତ ଆମେ ଏକ ଅର୍ଥନୈତିକ କ୍ଷେତ୍ର କରିବାକୁ ଯାଉଛୁ। ବିସିପିପିଇଆର ପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ଦେଇଛନ୍ତି। ଏଥିରେ ସମୃଦ୍ଧ ଓଡ଼ିଶାର ଭିତ୍ତିଭୂମି, ନିର୍ମାଣ ହେବ। ଆଜିର ଏହି ସଲ୍‌ଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଷ୍ଟ୍ରିମ୍‌-୩ର ଉଦ୍‌ଘାଟନ ଯୋଗୁଁ ସାର ଉତ୍ପାଦନ କ୍ଷେତ୍ରରେ ଆମେ ଆତ୍ମନିର୍ଭରତା ଆଡ଼କୁ ଆଉ ଏକ ପାଦ ଆଗକୁ ବଢ଼ି ପାରିଛୁ। ଏଥିରେ ଦିନକୁ ପ୍ରାୟ ୨ ହଜାର ଟନ୍ ସଲ୍‌ଫ୍ୟୁରିକ୍ ଏସିଡ୍ ଉତ୍ପାଦନ ହେବ। ବର୍ଷକୁ ୬ ଲକ୍ଷ ମେଟ୍ରିକ୍ ଟନ୍ ସଲ୍‌ଫ୍ୟୁରିକ୍ ଏସିଡ୍ ଆମେ ବିଦେଶରୁ ଆମଦାନୀ କରୁ। ଏହି ପ୍ଳାଣ୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଦେଶକୁ ଆଉ ଆମଦାନୀ କରିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Related Articles

Back to top button