ହୀରା ବ୍ୟବସାୟରେ ଯୁଦ୍ଧ ପ୍ରଭାବ

ଭୁବନେଶ୍ୱର ,ଭାରତ ବିଶ୍ବସ୍ତରରେ ରତ୍ନପଥର ଯୋଗାଣ କରିଥାଏ । ପ୍ରତି ୧୦ଟି ହୀରା ମଧ୍ୟରୁ ପ୍ରାୟ ୯ଟିକୁ କାଟି ପଲିସ୍ କରିଥାଏ । ତା’ ସହ କଞ୍ଚାମାଲ ଏବଂ ବଜାର ପାଇଁ ଦୁବାଇ ଏବଂ ଇସ୍ରାଏଲ ଭଳି ବାହ୍ୟ ହବ୍ ଉପରେ ନିର୍ଭର କରେ ।ସୁରଟରୁ ପ୍ରାୟ ୭୦ ପ୍ରତିଶତ କଞ୍ଚାମାଲ୍ ଏବଂ ପଲିସ୍ ହୋଇଥିବା ହୀରା ବିଶ୍ବ ବଜାରକୁ ଯିବା ପୂର୍ବରୁ ଦୁବାଇକୁ ପଠାଯାଏ । ଭାରତ ହୀରାର ପ୍ରକ୍ରିୟାକରଣ ପାଇଁ କଚ୍ଚା ପଥର ଆମଦାନୀ କରିବା ସମୟରେ କଚ୍ଚା ଏବଂ ପଲିସ୍ ହୋଇଥିବା ହୀରା ଇସ୍ରାଏଲର ଅଳଙ୍କାର ଶିଳ୍ପକୁ ରପ୍ତାନୀ କରେ ।ଗୁଜୁରାଟରେ ହୀରା, ରତ୍ନ ପଥର, ଅଳଙ୍କାର ଏବଂ ସେରାମିକ୍ ରପ୍ତାନି ବାଧାପ୍ରାପ୍ତ ହେଲାଣି । ଗତ ମାସ ଆମେରିକା ଶୁଳ୍କ ହ୍ରାସ କରିବା ପରେ ଏବେ ପୁଣି ତିନି ଦେଶର ଯୁଦ୍ଧ ଭାରତ ପାଇଁ ଆଉ ଏକ ନୂଆ ଚ୍ୟାଲେଞ୍ଜ ଛିଡ଼ା କଲାଣି ।ଏବେ ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଅଳଙ୍କାର ବଜାରରେ ବଡ଼ ଧରଣର ପ୍ରଭାବ ପଡ଼ିବାକୁ ଯାଉଛି । GJEPC ଶିଳ୍ପର ଅଂଶୀଦାର ଭାରତ ସରକାରଙ୍କ ସହିତ ଯୋଗାଯୋଗରେ ରହିଛନ୍ତି । ରତ୍ନ ଏବଂ ଅଳଙ୍କାର ରପ୍ତାନି ଉପରେ ଯେକୌଣସି ସମ୍ଭାବ୍ୟ ପ୍ରଭାବର ମୂଲ୍ୟାଙ୍କନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ଏପ୍ରିଲ ୨୦୨୪ରୁ ମାର୍ଚ୍ଚ ୨୦୨୫ ମଧ୍ୟରେ ଇସ୍ରାଏଲକୁ ଭାରତ ୫୪୮.୨୭ ନିୟୁତ ଡଲାର୍ ରତ୍ନପଥର ରପ୍ତାନି କରିଥିଲା । ଯେତେବେଳେ ଆମଦାନି ମୂଲ୍ୟ ମାତ୍ର ୨୫୯ ନିୟୁତ ଡଲାର୍ ଥିଲା । ଇସ୍ରାଏଲ ହେଉଛି ସ୍ୱତନ୍ତ୍ର ଅଳଙ୍କାର ବଜାର ।




