ଓଡ଼ିଶାଦୁର୍ଘଟଣା

ବୋମା ଖାଇ ଗୁରୁତର ଥିବା ମାଈହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଭୁବନେଶ୍ବର,୧୦/୦୩/୨୦୨୬: ଢେଙ୍କାନାଳ ଜିଲା ଜିରାଳ ଫରେଷ୍ଟ ସେକ୍ସନ ପିପଳା ଗ୍ରାମ ବାସୁଆତଇଳା ନିକଟ ଜଙ୍ଗଲରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଛି । ହାତୀଟି ବାରହା ପାଇଁ ଖଞ୍ଜା ଯାଇଥିବା ବୋମାଖାଇ ଅସୁସ୍ଥ ହୋଇଯାଇଥିଲା । ତାକୁ ପଶ୍ଚିମାଞ୍ଚଳ ରେଞ୍ଜ୍‌ ସୁନାଝରି ସଂରକ୍ଷିତ ଜଙ୍ଗଲରେ ଚିକିତ୍ସା କରାଯାଉଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀ ପ୍ରାଣ ହରାଇଛି ।

ମଙ୍ଗଳବାର ହାତୀଟିର ମୃତ୍ୟୁଦେହ ଠାବ କରାଯାଇଛି । ଅନେକ ସମୟରେ ଖଞ୍ଜା ଯାଇଥିବା ବୋମା ଖାଇ ହାତୀ ପ୍ରାଣ ହରାଉଥିବା ଖବର ସାମ୍ନାକୁ ଆସୁଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଥିବା ବେଳେ ଏଭଳି କାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି ।

Related Articles

Back to top button