ଓଡ଼ିଶା

ଗାଧୋଇଲା ବେଳେ ବୁଡ଼ିଗଲେ ଦୁଇ ଭାଇ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଗାଧୋଇବାକୁ ଯାଇ ବୁଡ଼ିଗଲେ ଦୁଇ ଭାଇ । ଘଟଣାନୁଯାୟୀ କେନ୍ଦୁଝର ରାଇସୁଆଁ ସ୍ଥିତ ପୁରୁଣା ସଦର ଥାନା ପାଖ ଟେରା ପୋଖରୀକୁ ମଙ୍ଗଳବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇଥିଲେ ଦୁଇ ଶିଶୁ ପୁତ୍ର । ଏହି ସମୟରେ ହଠାତ୍ ଦୁଇ ଜଣ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଉପରକୁ ଆଣିବା ସହିତ ନିକଟସ୍ଥ ଧରଣୀଧର ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଘରର ଦୁଇ ଶିଶୁଙ୍କ ମୃତ୍ୟୁ ପରେ ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । ମୃତକ ହେଲେ ନୁରୁଦ୍ଦିନ ଅନ୍ସାରୀଙ୍କ ଦୁଇ ଶିଶୁ ପୁତ୍ର ୯ ବର୍ଷର ଆମାମାନ ଅନ୍ସାରୀ ଓ ୮ ବର୍ଷୀୟ କୁଶାଲ ଅନ୍ସାରୀ ।

Related Articles

Back to top button