ଅନ୍ତର୍ଜାତୀୟବାଣିଜ୍ୟ

LPG ଅଭାବର ଭୟ

ଭୁବନେଶ୍ୱର ,L P G ଅଭାବର ଭୟ ଏବେ ରେଷ୍ଟୁରାଣ୍ଟ ମେନୁରେ, ଦେଖିବାକୁ ମିଳିବ । ଗ୍ୟାସ ସଂରକ୍ଷଣ ପାଇଁ ଆଡଭାଇଜରୀ ଜାରି କରିଛି ଭାରତୀୟ ଜାତୀୟ ରେଷ୍ଟୁରାଣ୍ଟ ସଂଘ । NRAI ଏହାର ସଦସ୍ୟମାନଙ୍କୁ ଏକ ପରାମର୍ଶ ଜାରି କରିଛି।କମ୍ ଗ୍ୟାସ୍ ବ୍ୟବହାର ହେଉଥିବା କିମ୍ବା ଶୀଘ୍ର ରନ୍ଧା ହେଉଥିବା ଖାଦ୍ୟ ପ୍ରସ୍ତୁତ କରିବାକୁ ପ୍ରାଥମିକତା ଦିଆଯାଇଛି। ଏହା ବ୍ୟତୀତ ରେଷ୍ଟୁରାଣ୍ଟଗୁଡ଼ିକୁ LPG ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଇଣ୍ଡକ୍ସନ୍, ଇଲେକ୍ଟ୍ରିକ୍ ଫ୍ରାୟର୍, ଇଲେକ୍ଟ୍ରିକ୍ ଚୁଲା ଏବଂ ରାଇସ୍ କୁକର ଭଳି ବିକଳ୍ପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।ବର୍ତ୍ତମାନର ବିଶ୍ୱ ପରିସ୍ଥିତି ଯୋଗୁଁ ,ବାଣିଜ୍ୟିକ ଏଲପିଜିର ଯୋଗାଣରେ ବାଧା ସୃଷ୍ଟି ହୋଇପାରେ। ଯାହା ଦ୍ବାରା ରେଷ୍ଟୁରାଣ୍ଟ ଶିଳ୍ପ ପାଇଁ ସପ୍ଲାଏରେ ଅସୁବିଧା ସୃଷ୍ଟି ହୋଇପାରେ। ଏନଆରଏଆଇ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ଗ୍ୟାସ ବ୍ୟବହାର ହ୍ରାସ କରିବା ଏବଂ ସେମାନଙ୍କର କାର୍ଯ୍ୟର ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରିଛି। ବାଣିଜ୍ୟିକ ଏଲପିଜି ଅଭାବର ଭୟ ଏବେ, ରେଷ୍ଟୁରାଣ୍ଟ ମେନୁରେ ଦେଖିବାକୁ ମିଳିବ ।

Related Articles

Back to top button