ଡ. ସୁନୀତି ମୁଣ୍ଡଙ୍କ ପୁସ୍ତକ ଲୋକାର୍ପଣ
ସୁନୀତିଙ୍କ ପୁସ୍ତକ ବର୍ତ୍ତମାନ ସମୟର ସାମାଜିକ ଓ ଚିନ୍ତନମୂଳକ ଆଲୋଚନାକୁ ନୂତନ ଦିଗ ଦେବାରେ ସମର୍ଥ: ବିପିନ କୁମାର

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବ୍ ଅଫ୍ ଇଣ୍ଡିଆର ଡିପୁଟି ଚେୟାରମ୍ୟାନ ହଲ୍ରେ ଗୁରୁବାର “ବର୍ତ୍ତମାନ ସାମାଜିକ ଓ ରାଜନୈତିକ ପରିପ୍ରେକ୍ଷିରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଦର୍ଶନର ପ୍ରାସଙ୍ଗିକତା” ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସେମିନାର ଓ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପାର୍ଲିଆମେଣ୍ଟ ସଚିବ ଓ କମଳ ସନ୍ଦେଶ ପତ୍ରିକାର ସମ୍ପାଦକ ଶ୍ରୀ ଶିବଶକ୍ତି ନାଥ ବକ୍ସି ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଲେଖକ ଡ. ସୁନୀତି ମୁଣ୍ଡଙ୍କ ପୁସ୍ତକ “ଲୋକ ସରୋକାର” ଓ “ପଣ୍ଡିତ ଦୀନଦୟାଳ ଉପାଧ୍ୟାୟ: ଜନନାୟକ”ର ବିଧିବତ ଲୋକାର୍ପଣ କରିଛନ୍ତି ।
ଶିବଶକ୍ତି ନାଥ ନିଜ ଉଦବୋଧନରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦକୁ ଭାରତୀୟ ଜୀବନ-ଦର୍ଶନର ଏକ ଗୁରୁତ୍ୱପୂର୍ଣ୍ଣ ଧାରଣା ବୋଲି କହିବା ସହ ଏହା ବ୍ୟକ୍ତି, ସମାଜ ଓ ରାଷ୍ଟ୍ରର ସମତାଳ ଉନ୍ନତିର ପଥ ପ୍ରଦର୍ଶନ କରେ ବୋଲି ମତ ଦେଇଥିଲେ। କାର୍ଯ୍ୟକ୍ରମରେ ଡ ବିପିନ କୁମାର ସମ୍ମାନିତ ଅତିଥି ଭାବେ ନିଜ ଉଦବୋଧନରେ କହିଥିଲେ ଯେ ଡ ମୁଣ୍ଡଙ୍କ ପୁସ୍ତକଗୁଡ଼ିକ ବର୍ତ୍ତମାନ ସମୟର ସାମାଜିକ ଓ ଚିନ୍ତନମୂଳକ ଆଲୋଚନାକୁ ନୂତନ ଦିଗ ଦେବାରେ ସମର୍ଥ ହେବ ।
କାର୍ଯ୍ୟକ୍ରମରେ ଶ୍ରୀ ମାଧବେନ୍ଦ୍ର ସିଂହ (ରାଷ୍ଟ୍ରୀୟ ସଂଗଠନ ପ୍ରଭାରୀ, ଅଭ୍ୟୁଦୟ ୟୁଥ କ୍ଲବ୍) ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ସେ ନିଜ ମତାମତରେ “ଭାରତ” ଓ “ଇଣ୍ଡିଆ” ମଧ୍ୟରେ ଥିବା ତଫାତକୁ ଉଲ୍ଲେଖ କରି ସମାଜର କିଛି ଗୁରୁତ୍ୱପୂର୍ଣ୍ଣ ସତ୍ୟକୁ ଆଲୋକିତ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ଶ୍ରୀ ଅବଧେଶ କୁମାର ବିଷୟଟି ଉପରେ ବିସ୍ତୃତ ଆଲୋଚନା କରିଥିଲେ ଏବଂ ଡ ସୁନୀତି ମୁଣ୍ଡଙ୍କ ରଚିତ ଦୁଇଟି ପୁସ୍ତକର ଚିନ୍ତନଧାରା ଓ ସମକାଳୀନ ପ୍ରାସଙ୍ଗିକତାକୁ ଉଜାଗର କରିଥିଲେ।
ଏହି ଅବସରରେ ଲେଖକ ଡ ମୁଣ୍ଡଙ୍କ ନିଜ ଉଦବୋଧନରେ ଡ. ମୁଣ୍ଡ କହିଥିଲେ ଯେ ଏହି ପୁସ୍ତକଗୁଡ଼ିକ ରଚନାର ଲକ୍ଷ୍ୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଚିନ୍ତାଧାରାକୁ ବିଶାଳ ସମାଜ ପର୍ଯ୍ୟନ୍ତ ପହଞ୍ଚାଇବା । ଏହି ବିଷୟରେ ଆୟୋଜିତ ସେମିନାର ଗୁଡ଼ିକୁ ଆଗାମୀ ଦିନରେ କଲେଜ ଓ ଯୁବମାନଙ୍କ ମଧ୍ୟରେ ମଧ୍ୟ ନେଇଯିବା ପାଇଁ ପ୍ରୟାସ କରାଯିବ । ସେମିନାରରେ ବିଭିନ୍ନ କ୍ଷେତ୍ରର ବୁଦ୍ଧିଜୀବୀ, ଶିକ୍ଷାବିଦ, ସାମାଜିକ କର୍ମୀ, ସାମ୍ବାଦିକ ଏବଂ ବହୁ ସଂଖ୍ୟକ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ବିକ୍ରମାଦିତ୍ୟ ସିଂହ “ଦୁଇଟି ପୁସ୍ତକ ଲୋକାର୍ପଣ–ସେମିନାର- ଅଭିଯାନ” ଭଳି ଏହି ସଂଯୁକ୍ତ କାର୍ଯ୍ୟକ୍ରମର ସ୍ୱାଗତ କରି ନିଜ ମତ ରଖିଥିଲେ।କାର୍ଯ୍ୟକ୍ରମର ସମନ୍ୱୟ ଶ୍ରୀ କପିଲ ଭରଦ୍ୱାଜ (ଶିଳ୍ପାୟନ ପବ୍ଲିଶର୍ସ ଏଣ୍ଡ ଡିଷ୍ଟ୍ରିବ୍ୟୁଟର୍ସ) କରିଥିଲେ । ଶେଷରେ ବରିଷ୍ଠ ସୁପ୍ରିମକୋର୍ଟ ଆଇନଜୀବୀ ଶ୍ରୀ ଭାରତ ଶର୍ମା ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ସ୍ୱୟଂସେବକ ରାଜୀବ ଲୋଚନ ଓଝା । ରାଷ୍ଟ୍ରଗୀତ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା ଏହି ସେମିନାର ଓ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମ ।




