
ଭୁବନେଶ୍ୱର,ଆସନ୍ତାକାଲିର ରାଜ୍ୟସଭା ନିର୍ବାଚନ ଲାଗି, ୩ ଦଳ ନିଜ ନିଜର ଏଜେଣ୍ଟଙ୍କ ନାଁ ଘୋଷଣା କରିଛନ୍ତି।
ଶାସକ ଦଳ ବିଜେପି ପାଇଁ ନିର୍ବାଚନ ଏଜେଣ୍ଟ ହୋଇଛନ୍ତି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ସେହିପରି ବରିଷ୍ଠ ବିଧାୟକ ପ୍ରତାପ ଦେବ ବିଜେଡିର ଏଜେଣ୍ଟ ଭାବେ କାମ କରିବେ।
କଂଗ୍ରେସର ଏଜେଣ୍ଟ ରହିବେ ପିସିସି ସଭାପତି ଭକ୍ତଚରଣ ଦାସ। ମୈଦାନରେ ଅଛନ୍ତି ୫ ଯୋଦ୍ଧା।
ଭୋଟ୍ ପାଇଁ ସବୁ ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ପହଞ୍ଚିଥିବା ବେଳେ ଚତୁର୍ଥ ଆସନରେ, ରୋଚକ ଲଢ଼େଇ ଉପରେ, ଏବେ ସମସ୍ତଙ୍କର ନଜର ଅଟକିଛି।
ଭୋଟ୍ ପାଇଁ ସବୁ ଦଳର ପ୍ରସ୍ତୁତି, ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚତୁର୍ଥ ଆସନରେ, ରୋଚକ ଲଢ଼େଇ ଉପରେ, ଏବେ ସମସ୍ତଙ୍କର ନଜର ଅଟକିଛି।




