ଓଡ଼ିଶାରାଜନୀତି

ଦିଲ୍ଲୀପଙ୍କ ମୁଣ୍ଡରେ ବିଜୟ ମୁକୁଟ ; ନିରାଶ ହେଲେ ଦତ୍ତେଶ୍ୱର ହୋତା

ଭୁବନେଶ୍ୱର, ୧୬ ମାର୍ଚ୍ଚ ୨୦୨୬: କାମ କଲାନି ଭକ୍ତ-ନବୀନଙ୍କ ପ୍ଲାନ। ବାଜି ମାରିଲେ ମୋହନ ମନମୋହନ। ଓଡ଼ିଶାରେ ରାଜ୍ୟସଭା ନିର୍ବାଚନର ହାଇଭୋଲଟେଜ୍ ଲଢ଼େଇ ଶେଷ ହୋଇଛି। ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ଚତୁର୍ଥ ଆସନଟିକୁ ଜିତିବାରେ ସଫଳ ହୋଇଛନ୍ତି। ଅନ୍ୟପଟେ, ବିରୋଧୀ ବିଜେଡି ଓ କଂଗ୍ରେସ ମଧ୍ୟରେ ବୁଝାମଣା ସତ୍ତ୍ୱେ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ‘କ୍ରସ ଭୋଟିଂ’ ଏହି ନିର୍ବାଚନର ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି, ଯାହାଫଳରେ ବିରୋଧୀ ଶିବିରରେ ନୈରାଶ୍ୟ ଖେଳିଯାଇଛି।

ବିଜେଡି ଏବଂ କଂଗ୍ରେସ ଦଳର କିଛି ବିଧାୟକ ଦଳୀୟ ହୁଇପ୍ ଅମାନ୍ୟ କରି ଦିଲୀପ ରାୟଙ୍କୁ ଭୋଟ୍ ଦେଇଛନ୍ତି । ସୌଭିକ ବିଶ୍ୱାଳ ଏବଂ ଦେବୀ ରଞ୍ଜନ ତ୍ରିପାଠୀଙ୍କ ଭଳି ନେତାମାନେ ଖୋଲାଖୋଲି ଭାବେ ଦିଲୀପଙ୍କୁ ସମର୍ଥନ କରିବା ବିରୋଧୀ ଶିବିର ପାଇଁ ବଡ଼ ଧକ୍କା ।

ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଜଣେ ‘କମନ୍ କ୍ୟାଣ୍ଡିଡେଟ୍‌’ ଛିଡ଼ା କରି ମଧ୍ୟ ନିଜର ଗଡ଼ ରକ୍ଷା କରିପାରିନାହାନ୍ତି। ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପରାଜୟ ପରେ କଂଗ୍ରେସ ଓ ବିଜେଡି ମଧ୍ୟରେ ସମନ୍ୱୟର ଅଭାବ ପଦାରେ ପଡ଼ିଛି। ବିଜେପି ଶିବିର ଏହି ବିଜୟ ପରେ ବେଶ୍ ଉତ୍ସାହିତ ଥିବା ବେଳେ ଏହା ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Related Articles

Back to top button