ଅନ୍ତର୍ଜାତୀୟଜୀବନଶୈଳୀ
LPG ସଙ୍କଟ ଭିତରେ ଭାରତକୁ ବଡ଼ ଆଶ୍ବସ୍ତି।

ଭୁବନେଶ୍ୱର ,ଗତକାଲି ମଧ୍ୟପ୍ରାଚ୍ୟର ଯୁଦ୍ଧ ଭୂଇଁରୁ ଗ୍ୟାସ୍ ଧରି ଭାରତ ଉପକୂଳରେ ପହଞ୍ଚିଥିଲା ଭାରତୀୟ ଜାହାଜ ଶିବାଲିକ୍।
ଗତକାଲି ହର୍ମୁଜ ବାଟ ଦେଇ ଏଲପିଜି ବୋଝେଇ ଜାହାଜ ଶିବାଲିକ୍ ପହଞ୍ଚିବା ପରେ, ଆଜି ଆସୁଛି ନନ୍ଦା ଦେବୀ । ଗୁଜରାଟର କାଣ୍ଡଲା ବନ୍ଦରରେ ପହଞ୍ଚିଛି ଦ୍ୱିତୀୟ ଜାହାଜ ନନ୍ଦା ଦେବୀ । ସେଥିରେ ରହିଛି ୪୬ ହଜାରରୁ ଅଧିକ ମେଟ୍ରିକ ଟନର LPG।
ହର୍ମୁଜରୁ ୪୫ ହଜାର ମେଟ୍ରିକ୍ ଟନରୁ ଅଧିକ LPG ଧରି ଗୁଜୁରାଟ ଉପକୂଳ ମୁନ୍ଦ୍ରା ବନ୍ଦରରେ ଜାହାଜ ଶିବାଲିକ୍ ପହଞ୍ଚିଥିଲା। ଫଳରେ ଦେଶରେ ଲାଗିରହିଥିବା ଏଲପିଜି ଯୋଗାଣ ଅଭାବକୁ ଦୂର କରିବାରେ, ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।
ଏହାବ୍ୟତୀତ ଅନ୍ୟ ଏକ ଭାରତୀୟ ତୈଳ ଟ୍ୟାଙ୍କର୍ ‘ଜାଗ୍ ଲାଡକି’ ବି ପ୍ରାୟ ୮୦ ହଜାର ୮୦୦ ଟନ୍ ଅଶୋଧିତ ତୈଳ ନେଇ UAEର ଫୁଜୈରାହରୁ ସୁରକ୍ଷିତ ଭାବେ ଭାରତ ମୁହାଁ ହୋଇଛି।




