
ଭୁବନେଶ୍ୱର ; ସଦ୍ୟ ସମାପ୍ତ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ଦଳୀୟ କ୍ଷୋଭର ଶିକାର ହୋଇଛନ୍ତି ଉଭୟ ବିଜେଡି ଏବଂ କଂଗ୍ରେସର ୧୧ ବିଧାୟକ । ବିଜେଡିରୁ ୮ଟି କ୍ରସ୍ ଭୋଟିଂ (ଦଳରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ମିଶାଇ) ହୋଇଥିବାରୁ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । ଏ ନେଇ ପ୍ରତିକ୍ରିୟା ରଖି ବିଧାନସଭାରୁ ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ସୌଭିକ ବିଶ୍ୱାଳଙ୍କୁ ଟାର୍ଗେଟ କରିଛନ୍ତି ଚାନ୍ଦବାଲିର ବିଜେଡି ବିଧାୟକ ବ୍ୟୋମକେଶ ରାୟ । ସେ କହିଛନ୍ତି ବିଜୁ ଲିଗାସୀ କଥା କହୁଥିବା ଦେବୀ ତ୍ରିପାଠୀଙ୍କ ବାପା ପ୍ରଭାତ ତ୍ରିପାଠୀ ୧୯୯୬ରେ ଜନତା ଦଳରେ ଥାଇ କ୍ରସ୍ ଭୋଟିଂ କରି ଜୟନ୍ତୀ ପଟ୍ଟନାୟକଙ୍କୁ ଭୋଟ୍ ଦେଇଥିଲେ । ଆଉ କ’ଣ କହିଛନ୍ତି ବ୍ୟୋମକେଶ ଦେଖନ୍ତୁ –




