ଓଡ଼ିଶା
ମୁଖ୍ୟମନ୍ତ୍ରୀଙ୍କ ସହ ଗଜପତି ମହାରାଜାଙ୍କ ସାକ୍ଷାତ ଆଲୋଚନା
![](https://i0.wp.com/odia.mobilenews24x7.com/wp-content/uploads/2022/01/cm-5.jpg?resize=448%2C275&ssl=1)
ଭୁବନେଶ୍ବର() ମୁଖ୍ୟମନ୍ତ୍ରୀଙ୍କ ସହ ଗଜପତି ମହାରାଜାଙ୍କ ସାକ୍ଷାତ ଆଲୋଚନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏହା ଗଜପତିଙ୍କର ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଥିଲା। ଗଜପତି ମହାରାଜା ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ଅଧ୍ୟକ୍ଷ ଥିବାବେଳେ ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବାରୁ ଏହି ସାକ୍ଷାତ ଆଲୋଚନାକୁ ଗୁରୁତ୍ୱ ଦିଆଯାଉଛି। ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।