ଓଡ଼ିଶା
ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ଡିଜିଟାଲ ପ୍ରଚାର

ଭୁବନେଶ୍ୱର() ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଜୋରସୋରରେ ଚାଲିଛି ପ୍ରଚାର । କିନ୍ତୁ କରୋନା ମହାମାରୀ ଯୋଗୁଁ ରାଲି ଓ ପ୍ରଚାରରେ ଲାଗିଛି କଟକଣା । ଫଳରେ ପ୍ରାର୍ଥୀମାନଙ୍କୁ ଡିଜିଟାଲ ପ୍ରଚାର ପାଇଁ ପରାମର୍ଶ ଦିଆଯାଇଥିଲା । ଖବର ମୁତାବକ, ପଞ୍ଚାୟତ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବାକୁ ଯାଉଛି ବିଜେପି । ୮୫୩ ଜିଲ୍ଲା ପରିଷଦ ଜୋନରେ ପ୍ରଚାର ହେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାରରେ ସାମିଲ ହେବେ । ଆସନ୍ତା ୬ କିମ୍ବା ୭ ତାରିଖରୁ ପ୍ରଚାର ଆରମ୍ଭ ହେବ ।