ଅନ୍ୟାନ୍ୟ

ହିଜାବ ଉପରେ ହାତ ଦେଲେ, ହାତ କାଟି ଦେବୁ- ସମାଜବାଦୀ ପାର୍ଟି ନେତାଙ୍କ ବିବାଦୀୟ ବୟାନ

ଅଲିଗଡ଼ () କର୍ଣ୍ଣାଟକର ହିଜାବ ବିବାଦ ଥମିବାର ନାଁ ନେଉନାହିଁ। ଏହାର ସ୍ଵର ଉତ୍ତର ପ୍ରଦେଶର ଅଲିଗଡ଼ ଜିଲ୍ଲା ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ନିର୍ବାଚନୀ ମାହୋଲ ମଧ୍ୟରେ ହିଜାବ ବିବାଦ ବଡ଼ ରୂପ ନେବାରେ ଲାଗିଛି। କର୍ଣ୍ଣାଟକର ଉଡୁପି ସରକାରୀ କଲେଜରେ ହିଜାବ ଉପରେ ରୋକ୍ ବିରୋଧରେ ଏବେ ଅଲିଗଢ଼ରେ ମଧ୍ୟ ବିରୋଧ ଆରମ୍ଭ ହୋଇ ଯାଇଛି।

ଅଲିଗଡ଼ରେ ସମାଜବାଦୀ ପାର୍ଟିର ନେତା ରୁବିନା ଖାନ ହିଜାବ ମାମଲାରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ହିଜାବ ଉପରେ ହାତ ଦେଲେ ହାତ କାଟି ଦେବୁ। ଭାରତ ବିବିଧତାର ଦେଶ। ଏଠାରେ ମଥାରେ ତିଳକ, ଶରୀରରେ ହିଜାବ କିମ୍ବା ପଗଡ଼ି ରହିଥାଏ। ମାତ୍ର ଯଦି ଝିଅ- ଭଉଣୀଙ୍କ ଆତ୍ମ ସମ୍ମାନ ଉପରେ ହାତ ଦେବ ତେବେ ଆମେ ଝାଂନ୍ସୀର ରାଣୀ ଏବଂ ରଜିଆ ସୁଲତାନ ହୋଇ ତାଙ୍କ ହାତ କାଟି ଦେବୁ।

ସେ କହିଛନ୍ତି, ଓଢ଼ଣା କିମ୍ବା ହିଜାବ ଆମ ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ଅଭିନ୍ନ ଅଙ୍ଗ। ଏହା ଉପରେ ରାଜନୀତି କରିବା ନୀଚ ମାନସିକତା। ମହିଳାଙ୍କୁ ଦୁର୍ବଳ ଭାବିବାର ଭୁଲ୍ ଆଦୌ କରନ୍ତୁ ନାହିଁ। ସରକାର କେଉଁ ଦଳର ହେଉ ନା କାହିଁକି ଯଦି ସେମାନଙ୍କର ଭଉଣୀ-ଝିଅଙ୍କ ଆତ୍ମ ସମ୍ମାନ ଉପରେ ହାତ ଦେଲେ ହାତ କାଟି ଦେବୁ।

ସୂଚନାଯୋଗ୍ୟ, ହିଜାବ ବିବାଦ ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି। ଅନ୍ତରୀଣ ଆଦେଶରେ କୋର୍ଟ ଯେ ପର୍ଯ୍ୟନ୍ତ ଚୂଡାନ୍ତ ରାୟ ଆସିନାହିଁ ସେ ପର୍ଯ୍ୟନ୍ତ ସ୍କୁଲ-କଲେଜକୁ ଧାର୍ମିକ ପୋଷାକ ପିନ୍ଧି ଯିବା ଉପରେ ରୋକ୍ ଜାରି ରହିବ। ମାମଲାର ପରବର୍ତ୍ତୀ ଶୁଣାଣି ସୋମବାର ଅପରାହ୍ନ ୨ଟା ୩୦ରେ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com