ଅନ୍ତର୍ଜାତୀୟଜାତୀୟ

ଆଉ ଡାକ୍ତରୀ ପାଠ ପାଇଁ ବିଦେଶ ଯିବାକୁ ପଡ଼ିବନି ! କମ ଟଙ୍କାରେ ଭାରତରେ ପଢ଼ିବାର ସୁଯୋଗ ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ() ୟୁକ୍ରେନ ଉପରେ ଏବେ ରୁଷିଆ ଲଗାତାର ଆକ୍ରମଣ କରୁଛି। ଆଉ ଏହାରି ଭିତରେ ୟୁକ୍ରେନରେ ମେଡିକାଲ ଓ ଇଂଜିନିୟରିଂ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବେ ଚିନ୍ତାରେ ଅଛନ୍ତି। ସାରା ଭାରତରୁ ପାଖାପାଖି ୧୮ ହଜାର ପିଲା ୟୁକ୍ରେନରେ ମେଡିକାଲ ପାଠ ପଢୁଥିବାବେଳେ ସୂତ୍ରରୁ ଜଣାପଡିଛି ଯେ ଓଡ଼ିଶାର ପ୍ରାୟ ୧ହଜାରରୁ ଅଧିକ ପିଲା ସେଠାରେ ମେଡିକାଲ ପାଠ୍ୟକ୍ରମ ପଢୁଛନ୍ତି। ତେବେ କେବଳ ୟୁକ୍ରେନରେ ନୁହେଁ ବିଶ୍ବର ବିଭିନ୍ନ ଦେଶରେ ହଜାର ହଜାର ଭାରତୀୟ ଡାକ୍ତରୀ ପାଠ ପଢ଼ିବାକୁ ବିଦେଶ ଯାଉଥିବା ଜଣାପଡ଼ିଛି। ହେଲେ ଆଗକୁ ଭାରତୀୟଙ୍କୁ ଡାକ୍ତରୀ ପାଠ ପଢ଼ିବାକୁ ବିଦେଶ ଯିବାକୁ ପଡ଼ିବନାହିଁ ବୋଲି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଅନନ୍ଦ ମହିନ୍ଦ୍ରାଙ୍କ ଟ୍ବିଟରୁ ଏହା ସ୍ପଷ୍ଟ ହୋଇଛି।

ଭାରତୀୟଙ୍କ ସମସ୍ୟା ଏବଂ କେତେ ସଂଖ୍ୟକ ଭାରତୀୟ ବିଦେଶରେ ପଢ଼ୁଥିବା ବିଷୟରେ ଜାଣି ଭାରତରେ ଡାକ୍ତରୀ ପାଠ ପାଇଁ କଲେଜ ଖୋଲିବାକୁ ଚିନ୍ତା କରୁଛନ୍ତି ଆନନ୍ଦ ମହିନ୍ଦ୍ରା। ଏହା ସେ କରିଥିବା ଟ୍ବିଟରୁ ଜଣାପଡ଼ିଛି। ଆନନ୍ଦ ମହିନ୍ଦ୍ରା କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ମୋର କୌଣସି ଧାରଣା ନଥିଲା ଯେ ଭାରତରେ ମେଡିକାଲ କଲେଜଗୁଡ଼ିକର ଏତେ ଅଭାବ ରହିଛି। ସି.ପି. ଗୁରନାନୀ ଆମେ ମହିନ୍ଦ୍ରା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଏକ ଡାକ୍ତରୀ ଅଧ୍ୟୟନ ପ୍ରତିଷ୍ଠାନ ପ୍ରତିଷ୍ଠା କରିବାର କଳ୍ପନା କରିପାରିବା କି?

ଏହି ଟ୍ବିଟ ସହ ସେ ଏକ ଫଟୋକୁ ଯୋଡ଼ିଛନ୍ତି, ଯେଉଁଥିରେ କେତେ ଭାରତୀୟ ବିଦେଶରେ ପଢ଼ୁଛନ୍ତି ତାହା ଲେଖାଯାଇଛି। ଫଟୋରେ ଥିବା ସୂଚନା ଅନୁଯାୟୀ, ଚୀନରେ ୨୩,୦୦୦ ଭାରତୀୟ ଡାକ୍ତରୀ ପାଠ ପଢ଼ୁଥିବା ‌ବେଳେ ୟୁକ୍ରେନରେ ୧୮,୦୦୦, ରୁଷିଆରେ ୧୬,୫୦୦, ଫିଲିପ୍ପାଇନ୍ସରେ ୧୫,୦୦୦,  କିର୍ଗିଜସ୍ଥାନରେ ୧୦,୦୦୦, ଜର୍ଜିଆରେ ୭,୫୦୦, ବାଙ୍ଗଲାଦେଶରେ ୫,୨୦୦, କାଜାଖସ୍ତାନରେ ୫,୨୦୦, ପୋଲାଣ୍ଡରେ ୪,୦୦୦ ଏବଂ ଆରମେନିଆରେ ୩,୦୦୦ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢ଼ୁଛନ୍ତି।

ତେବେ ମହିନ୍ଦ୍ରାଙ୍କ ଏଭଳି ଟ୍ବିଟର ଜବାବରେ ଜଣେ ବ୍ୟବହାରକାରୀ ଲେଖିଥିଲେ ଯେ, ହଁ ଭଲ ଚିନ୍ତାଧାରା, କିନ୍ତୁ ଅନ୍ୟ ସଂସ୍ଥାଗୁଡ଼ିକ ଭଳି କୋଟି କୋଟି ଟଙ୍କାର ଫି’ ନେବା ଉଚିତ୍ ନୁହେଁ। ଏହାର ଜବାବରେ ଧ୍ୟାନ ଦେବୁ ବୋଲି ଲେଖିଛନ୍ତି ଆନନ୍ଦ ମହିନ୍ଦ୍ରା।

Related Articles

Back to top button