ପୁରୀ() ପୁରୀ ଶ୍ରୀମନ୍ଦିର ରୋଷଘରେ ପଶି ଚୁଲିଭଙ୍ଗା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଚୁଲିଭଙ୍ଗା ଘଟଣାକୁ ନେଇ ପୁରୀ ଏସପି କନୱାର ବିଶାଲ ସିଂ ଆୟୋଜିତ ପ୍ରେସମିଟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସିସିଟିଭ ଆଧାରରେ ଜଣେ ସନ୍ଦିଗ୍ଧକୁ ଧରାଯିବା ପରେ ଏସପି କହିଛନ୍ତି ଯେ, ‘ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ସନ୍ଦିଗ୍ଧଙ୍କ ନାଁ ଜେ.ମହାପାତ୍ର ହୋଇଥିବା ବୟସ ମାତ୍ର ୩୦ ବର୍ଷ । ଜେ.ମହାପାତ୍ରର ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଥାନା ଅଞ୍ଚଳରେ ହୋଇଥିବା ଜଣାପଡିଛି । ତଦନ୍ତ ଚାଲିଥିବାରୁ ସମ୍ପୂର୍ଣ୍ଣ ପରିଚୟ ଗୋପନ ରଖାଯାଇଛି । ଶ୍ରୀମନ୍ଦିରରେ କାଣ୍ଡ ଭିଆଇଥିବା ସ୍ୱୀକାର କରିଛି ଜେ. ମହାପାତ୍ର ।’
Back to top button