ଓଡ଼ିଶା

କଳିଙ୍ଗ ହସ୍ପିଟାଲ ଛକରେ ଅଭାବନୀୟ ଘଟଣା, ରାସ୍ତାକଡ଼ ଗଛରେ ଝୁଲିଛି ବ୍ୟକ୍ତିଙ୍କ ମୃତଦେହ

ଭୁବନେଶ୍ୱର() କଳିଙ୍ଗ ହସ୍ପିଟାଲ ଛକରେ ଅଭାବନୀୟ ଘଟଣା । ରାସ୍ତାକଡ଼ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବେକରେ ଗାମୁଛା ସହ ଗଛକୁ ବନ୍ଧା ହୋଇଥିବା ବେଳେ ବ୍ୟକ୍ତିଜଣକ ବସିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଛେଦ ପାଇଁ ପଠାଇଛି । ତେବେ ଏହା ଆତ୍ମହତ୍ୟା କି ହତ୍ୟା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ତଦନ୍ତ ଓ ବ୍ୟବଛେଦ ରିପୋର୍ଟ ଆସିଲେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଉପରୁ ପରଦା ହଟିପାରିବ ।

Related Articles

Back to top button
WP Twitter Auto Publish Powered By : XYZScripts.com