ମୁମ୍ବାଇ() ନିକଟରେ ସରିଛି ବଲିଉଡର ମୋଷ୍ଟ କ୍ୟୁଟ୍ କପଲ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ। ତେବେ ବିବାହ ପରେ ଆରମ୍ଭ ହୋଇଛି ତାଙ୍କ ରିସେପସନ୍ ପାର୍ଟି। ଗତକାଲି ରାଲିଆ ଓରଫ ରଣବୀର-ଆଲିଆଙ୍କ ରିସେପ୍ସନ୍ ପାର୍ଟି ଥିଲା।
ଏହି ରିସେପସନ୍ରେ ବି-ଟାଉନର ଅନେକ ନାମିଦାମୀ କଳାକାର ସାମିଲ ହୋଇଥିଲେ। କିନ୍ତୁ କିଙ୍ଗ ଖାନ୍ ଶାହାରୁଖ ଏହି ରିସେପସନ୍ ପାର୍ଟିରେ ମାରିଥିଲେ ସ୍ପେଶାଲ ଏଣ୍ଟ୍ରି। ସେ ସ୍ପେଶାଲ ଏଣ୍ଟ୍ରି କରି ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ।
![गौरी खान](https://i0.wp.com/akm-img-a-in.tosshub.com/aajtak/images/photo_gallery/202204/whatsapp-image-2022-04-17-at-12.03.08-am.jpg?w=708&ssl=1)
ବାସ୍ତୁ ଆପାର୍ଟମେଣ୍ଟରେ ଆଲିଆ ରଣବୀରଙ୍କ ରିସେପ୍ସନ୍ ପାର୍ଟି ଆୟୋଜିତ ହୋଇଥିଲା। ଏଥିରେ ଶାହାରୁଖ ଖାନ୍ ଓ ତାଙ୍କ ସ୍ତ୍ରୀ ଗୌରୀ ଖାନ୍ ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ ସବୁଠାରୁ ବଡ କଥା ହେଲେ ଶାହାରୁଖ ଏବଂ ଗୌରୀ ଭିନ୍ନ ଭିନ୍ନ ଗାଡିରେ ଏହି ପାର୍ଟିକୁ ପହଞ୍ଚିଥିଲେ।
![शाहरुख खान](https://i0.wp.com/akm-img-a-in.tosshub.com/aajtak/images/photo_gallery/202204/whatsapp-image-2022-04-17-at-12.42.27-am.jpg?w=708&ssl=1)
ପ୍ରଥମେ ଗୌରୀ ଖାନ ଏକାକୀ ପାର୍ଟିରେ ପହଞ୍ଚିଥିଲେ। କଳା ରଙ୍ଗ ସର୍ଟ ଡ୍ରେସ୍ ପିନ୍ଧି ସ୍ମୋକି ଆଇ ଓ ନ୍ୟୁଡ୍ ପିଙ୍କ ଲିପଷ୍ଟିକ୍ର ମେକ୍ଅପ୍ ନେଇଥିଲେ ସେ। ତେବେ ଗୌରୀ ଖାନ୍ ପହଞ୍ଚିବାର କିଛି ସମୟ ପରେ ହିଁ ଶାହାରୁଖ ଖାନ୍ ନିଜ ଧଳା ରଙ୍ଗ କାର୍ରେ ଏକ ଭିନ୍ନ ଷ୍ଟାଇଲ୍ରେ ପାର୍ଟିରେ ଏଣ୍ଟ୍ରି କରିଥିଲେ।
![रिद्धिमा कपूर और नीतू कपूर](https://i0.wp.com/akm-img-a-in.tosshub.com/aajtak/images/photo_gallery/202204/whatsapp-image-2022-04-16-at-9.55.45-pm.jpg?w=708&ssl=1)
ଫଟୋଗ୍ରାଫରମାନେ ଶାହାରୁଖଙ୍କୁ ନିଜ କ୍ୟାମେରାରେ କଏଦ୍ କରିବା ପାଇଁ ଖୁବ୍ ଚେଷ୍ଟା କରିଥିଲେ କିନ୍ତୁ କରିପାରିନଥିଲେ। କାରଣ ଶାହାରୁଖ ନିଜ କାର୍ର କାଚରେ କଳା ରଙ୍ଗର ପରଦା ଲଗାଇ ଢ଼ାଙ୍କି ଦେଇଥିଲେ। ରିସେପ୍ସନ୍ ପାର୍ଟିକୁ ଏଭଳି ଅନ୍ଦାଜରେ ଶାହାରୁଖଙ୍କ ଏଣ୍ଟ୍ରି ମାରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
![Malaika Arora stuns in pink dress, Tara Sutaria oozes swag in silver gown: Who wore what at Ranbir, Alia's wedding bash](https://i0.wp.com/static.zoomnews.com/photo/msid-90888269/90888269.jpg?w=708&ssl=1)
ଆଲିଆ ଓ ରଣବୀରଙ୍କ ରିସେପ୍ସନ୍ ପାର୍ଟିର ଥିମ୍ ଥିଲା ବ୍ଲାକ୍। କଳା ରଙ୍ଗର ଡ୍ରେସ୍ ପିନ୍ଧି ପ୍ରାୟତଃ ସମସ୍ତ ଅତିଥି ଏହି ପାର୍ଟିରେ ଯୋଗ ଦେଇଥିଲେ। କରଣ ଜୋହର, ମଲାଇବା ଅରୋରା, ଅର୍ଜୁନ କପୁର, ତାରା ସୁତାରିଆ, ଅୟାନ ମୁଖାର୍ଜୀ, ଆକାକ୍ଷାଂ ରଞ୍ଜନ, କରିଶ୍ମା କପୁର, ମ୍ୟୁଜିକ କମ୍ପୋଜର ପ୍ରିତମ ଆହୁରି ଅନେକ ସେଲେବ୍ରିଟି ଏହି ରିସେପସନ୍ ପାର୍ଟିରେ ସାମିଲ ହୋଇଥିଲେ।
![Alia Bhatt and Ranbir Kapoor's wedding party: Shah Rukh, Gauri, Karisma attend - Hindustan Times - Zimbabwe Focus News | ZimFocus News](https://www.zimfocus.co.zw/wp-content/uploads/2022/04/neetu_kapoor_1650161896525.jfif)