ଜାତୀୟ

ମାଲିସ୍ ଖାଇଲା ପୁଲିସି ବାବୁଙ୍କ ଚାକିରି

ପାଟନା() ଥାନା ଭିତରେ ଚାଲିଛି ତେଲ ମାଲିସ। ପଡିଛି ଖଟ, ଚୁଲା ଉପରେ ବସିଛି ଚା’। ପାଖରେ ଅଛି ମିକ୍ସଚର୍‌ ଓ ବିସ୍କୁଟ୍‌। ଆଉ ଖଟ ଉପରେ ବସି ମାଲିସ ଖାଉଛନ୍ତି ପୁଲିସ ବାବୁ। ଥାନା ଭିତରେ ଏହି ରାଜକୀୟ ସେବା ପୁଲିସ ବାବୁଙ୍କୁ ମହଙ୍ଗା ପଡିଛି। ଜଣେ ମହିଳା ଅଭିଯୋଗକାରୀଙ୍କ ଠାରୁ ତେଲ ମାଲିସ ଖାଇବା ଅଭିଯୋଗରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ବିହାରର ସହରସା ଜିଲ୍ଲାରୁ ଆସିଛି କିଛି ଏଭଳି ଚିତ୍ର। ଏଠାକାର ନବହଟ୍ଟା ବ୍ଲକ ଅନ୍ତର୍ଗତ ଥାନାର ଜଣେ ପୁଲିସ ବାବୁ ପୁଅ ଜାମିନ ଆବେଦନ ପାଇଁ ଆସିଥିବା ଜଣେ ମହିଳାଙ୍କ ଠାରୁ ତେଲ ମାସିଲ ଖାଉଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ପୁଲିସ ବାବୁ ହେଉଛନ୍ତି ଶଶିଭୂଷଣ ସିଂହ। ସେ ଫୋନ୍‌ରେ କଥା ହେଉଥିବା ବେଳେ ମହିଳା ଜଣଙ୍କ ତାଙ୍କୁ ତେଲ ମାସିଲ କରୁଛନ୍ତି। ସେହିପରି ଆଉ ଜଣେ ମହିଳା ଗେରୁଆ ରଙ୍ଗର ଶାଢ଼ୀ ପିନ୍ଧି ଟେବୁଲ ଉପରେ ବସିଥିବା ଭିଡିଓରେ ଦେଖିବାକୁ ମିଳିଛି।

ଅଭିଯୋଗ ହୋଇଛି ଯେ, ମହିଳାଙ୍କ ଅସହାୟତାର ଫାଇଦା ଉଠାଇ ଦାରହର ଓପି ପୁଲିସ୍ ଷ୍ଟେସନ ଶଶି ଭୂଷଣ ସିଂହ ଖାଲି ଦେହରେ ମସାଜ କରିବାକୁ ମହିଳା ଜଣଙ୍କୁ ବାଧ୍ୟ କରିଥିଲେ। ଉକ୍ତ ପୁଲିସ ଅଫିସରଙ୍କ ବାର୍ତ୍ତାଳାପରୁ ଜଣାପଡିଛି ଯେ ଉକ୍ତ ମହିଳା ଜଣକ ନିଜ ପୁଅର ଜାମିନ  ଆବେଦନ ପାଇଁ ପୁଲିସକୁ ସାହାଯ୍ୟ ମାଗିବାକୁ ଆସିଥିଲେ। ଥାନାବାବୁ ତାଙ୍କ କାମ କରାଇବା ବଦଳରେ ତାଙ୍କଠାରୁ ଏହି ସେବା ନେଇଥିବା ଅଭିଯୋଗ ହୋଇଛି।

Related Articles

Back to top button