ଓଡ଼ିଶା

ବସ-ଟ୍ରକ୍ ମୁହାଁମୁହିଁ : ୭ ମୃତ, ୨୬ ଗୁରୁତର

ନୂଆଦିଲ୍ଲୀ:  ଟ୍ରକ୍‌ ସହ ଧକ୍କା ହେଲା ବସ । ୭ ମୃତ । ୨୬ରୁ ଅଧିକ ଗୁରୁତର । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କର୍ଣ୍ଣାଟକର ହୁବଲୀରେ । ଦୁର୍ଘଟଣା ପରେ ହୁବଲୀ ମୁଖ୍ୟ ରାସ୍ତାରେ ଯାତାୟତ ପ୍ରଭାବିତ ହୋଇଛି ।

ସୂଚନାନୁସାରେ, ଏକ ଯାତ୍ରୀବାହୀ ବସ କୋଲହାପୁରରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରୁଥିଲା । ତେବେ ହୁବଲୀ ଉପକଣ୍ଠରେ ଏହା ଏକ ଟ୍ରକ୍(ଲରୀ) ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଉଭୟ ଗାଡିରେ ଡ୍ରାଇଭର ପ୍ରାଣ ହରାଇଛନ୍ତି । ସେହିପରି ଅନ୍ୟ ୫ ଯାତ୍ରୀଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଏପରି ଭାବେ ୭ ଜଣ ପ୍ରାଣ ହରାଇଥିବା ବେଳେ ୨୬ ଜଣ ଗୁରୁତର ହୋଇଛନ୍ତି ।

ଦୁର୍ଘଟଣା ବାବଦରେ ଖବର ପାଇଁ ତୁରନ୍ତ ପୋଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଁଚିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଆହତଙ୍କୁ ସ୍ଥାନୀୟ କେଆଇଏମଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଦୁଇଟି ଗାଡି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com