ଅନ୍ତର୍ଜାତୀୟଜାତୀୟ

୩ ଦିନ ଲଗାତର ହ୍ରାସ ପରେ ଉଚ୍ଛୁଳିଲା ସେୟାର ମାର୍କେଟ୍‌, ୫୪ ହଜାର ଟପିଲା ସେନ୍ସେକ୍ସ

ନୂଆଦିଲ୍ଲୀ: ବିଶ୍ବ ବଜାରରୁ ମିଳିଥିବା ଭଲ ସଙ୍କେତର ପ୍ରଭାବ ଭାରତୀୟ ସେୟାର ବଜାରରେ ଦେଖିବାକୁ ମିଳିଛି ।ଏହା ପ୍ରଭାବରେ ଗୁରୁବାର ସକାଳେ ସେନ୍ସେକ୍ସ ଏବଂ ନିଫ୍ଟି ସବୁଜ ସଙ୍କେତରେ ଖୋଲିଛି । କାରବାର ସେସନ୍‌ରେ ୩୦ ପଏଣ୍ଟ ବିଶିଷ୍ଟ ସେନ୍ସେକ୍ସ ୫୩,୯୫୦.୮୪ ପଏଣ୍ଟରେ ଖୋଲିଛି । ସେହିଭଳି ୫୦ ପଏଣ୍ଟ ବିଶିଷ୍ଟ ନିଫ୍ଟି ୧୬,୧୯୬.୩୫ ପଏଣ୍ଟରେ ଖୋଲି କାରବାର ଆରମ୍ଭ କରିଛି । ପ୍ରାରମ୍ଭିକ କାରବାରରେ ସେନ୍ସେକ୍ସର ୩୦ରୁ ୨୩ ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି ।

କାରବାର ସେସନ୍‌ରେ ଆମେରିକା ବଜାର ମଧ୍ୟ ବୁଧବାର ଦିନ ହ୍ରାସ ସହ ବନ୍ଦ ହୋଇଥିଲା । ତେବେ ସାରାଦିନ ବଜାରରେ ବୃଦ୍ଧି-ହ୍ରାସର ମାହୋଲ ଦେଖିବାକୁ ମିଳିଥିଲା । ଡୋ ଜୋନ୍ସ ୨୦୦ ପଏଣ୍ଟ ହାସଲ କରି ବନ୍ଦ ହୋଇଥିଲା । ଏହା ବ୍ୟତୀତ ନାସଡେକ୍ ମଧ୍ୟ ୧.୫ ପ୍ରତିଶତ ବୃଦ୍ଧିରେ ବନ୍ଦ ହୋଇଥିଲା । ଆଇଟିରେ ପୁନରୁଦ୍ଧାର ସହ ବଜାରର ସ୍ଥିତିରେ ସୁଧାର ଆସିଥିଲା ।

ଏହା ପୂର୍ବରୁ ବୁଧବାର ଦିନ ସେନ୍ସେକ୍ସ ଏବଂ ନିଫ୍ଟିରେ ଲଗାତର ତୃତୀୟ ଦିନରେ ହ୍ରାସ ଦେଖିବାକୁ ମିଳିଥିଲା । ବାଣିଜ୍ୟ ଅଧିବେଶନ ଶେଷରେ ସେନ୍ସେକ୍ସ ୩୦୩.୩୫ ପଏଣ୍ଟ ହ୍ରାସ ସହ ୫୩,୭୪୯.୨୬ ପଏଣ୍ଟରେ ପହଞ୍ଚିଛି ।ସେହିଭଳି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୯୯.୩୫ ପଏଣ୍ଟ ଖସି ୧୬,୦୨୫.୮୦ ପଏଣ୍ଟରେ ବନ୍ଦ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com