ଅନ୍ୟାନ୍ୟ
ନେପାଳ ବିମାନ ଦୁର୍ଘଟଣାସ୍ଥଳୀରୁ ଏପର୍ଯ୍ୟନ୍ତ ୧୬ ମୃତଦେହ ଉଦ୍ଧାର, ବିମାନରେ ଥିବା ସମସ୍ତ ବ୍ୟକ୍ତି ମରିଥିବା ଆଶଙ୍କା

ନୂଆଦିଲ୍ଲୀ: ନେପାଳ ବିମାନ ଦୁର୍ଘଟଣାସ୍ଥଳରୁ ଏଯାବତ୍ ପ୍ରାୟ ୧୬ଟି ଶବ ଉଦ୍ଧାର କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ପୁଲିସ ଓ ସେନା ଅଧିକାରୀମାନେ ବାକି ୬ଜଣଙ୍କ ଶବ ଅନୁସନ୍ଧାନ କରୁଛନ୍ତି।
ପୁଲିସ କହିଛି, ପର୍ବତ ଚୂଡ଼ାରେ ଧକ୍କା ଖାଇ ଧ୍ବଂସ ହୋଇଯିବା ପରେ ବିମାନର ଭଗ୍ନାଂଶ ଏବଂ ଶବଗୁଡ଼ିକ ପ୍ରାୟ ୧୦୦ ମିଟର ପରିଧି ପରିବ୍ୟାପ୍ତ ଅଞ୍ଚଳରେ ବିଛାଡ଼ି ହୋଇ ପଡ଼ିଥିଲା।
ନେପାଳ ସେନାର ମୁଖପାତ୍ର କହିଛନ୍ତି, ଶବଗୁଡ଼ିକୁ ଉଦ୍ଧାର କରିବା ପାଇଁ ଦୁର୍ଘଟଣାସ୍ଥଳୀ ନିକଟରେ ନେପାଳ ସେନାବାହିନୀର ୧୫ଜଣ ସୈନିକଙ୍କୁ ଅବତରଣ କରାଇ ଦିଆଯାଇଛି।
ଦୁର୍ଘଟଣାସ୍ଥଳ ସମୁଦ୍ର ପତ୍ତନଠାରୁ ୧୪,୫୦୦ ଫୁଟ୍ ଥିବା ବେଳେ ସୈନିକ ଦଳକୁ ୧୧,୦୦୦ ମିଟର୍ ଉଚ୍ଚରେ ଅବତରଣ କରାଇ ଦିଆଯାଇଛି ବୋଲି ସେ କହିଛନ୍ତି।





