କଟକ: କଟକ ବାରବାଟୀ ଷ୍ଟାଡିୟମରେ ହେବକୁ ଥିବା ଟି-୨୦ ମ୍ୟାଚକୁ ନେଇ ହାଇକୋର୍ଟରେ ରୁଜୁ ହେଲା ମାମଲା । ଟି-୨୦ ମ୍ୟାଚ୍ ବନ୍ଦ କରିବାକୁ ପିଟିସନରେ ଆବେଦନ କରାଯାଇଛି । ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ପିଟିସନରେ ଉଲ୍ଲେଖ ରହିଛି । ତେବେ ଭୁବନ ବାସିନ୍ଦା ସଞ୍ଜୟ ନାୟକ ଆବେଦନ କରିଥିବା ଜଣାପଡିଛି ।
ଅନ୍ୟପଟେ ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବୁଧବାର ଦିନ ୧୧ଟାରେ ଅନଲାଇନ୍ ଟିକେଟ୍ ବିକ୍ରି ହେବ ବୋଲି କୁହାଯାଇଥିଲା କିନ୍ତୁ ଟିକେଟ୍ ବିକ୍ରି ଆରମ୍ଭ ହୋଇ ପାରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଅନଲାଇନ୍ରେ ଟିକେଟ୍ ଉପଲବ୍ଧ ନହେବାରୁ କ୍ରିକେଟ୍ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।
ସେପଟେ କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ବିଳମ୍ବ ହୋଇଥିବା ଏବଂ ଶୀଘ୍ର ଏହାର ସମାଧାନ କରାଯିବା ବୋଲି ଓସିଏ କର୍ତ୍ତୃପକ୍ଷ କହିଥିଲେ । ପେଟିଏମ୍ ଆପ୍ କିମ୍ବା www.insider.inରେ ଲଗଇନ କଲେ ମିଳିବ ଟିକେଟ୍ । ବୁକିଂ ପାଇଁ ପରିଚୟ ପତ୍ର ଅପଲୋଡ୍ କରିବାକୁ ହେବ । ୫ ହଜାର ଟିକେଟ୍ ଅନଲାଇନରେ ଉପଲବ୍ଧ ହେବ । ଜଣଙ୍କୁ ଦୁଇଟି ଲେଖାଏଁ ଟିକେଟ୍ ମିଳିବ ।
ଟିକେଟ୍ ବୁକିଂ ପାଇଁ ନିଜର ଆଇଡି ପ୍ରୁଫ, ଫୋନ୍ ନମ୍ବର ଏବଂ ଇ-ମେଲ୍ ଆଇଡି ଦେବାକୁ ହେବ । ବୁକ୍ କରିଥିବା ଅନଲାଇନ୍ ଟିକେଟ୍ ଗୁଡିକୁ ଜୁନ୍ ୯, ୧୦, ୧୧ ଓ ୧୨ ତାରିଖରେ ସଂଗ୍ରହ କରିହେବ। ଗ୍ୟାଲେରୀ ନମ୍ବର ୨, ୪, ୭ ସହ ସ୍ପେଶାଲ ଏନକ୍ଲୋଜର, ନ୍ୟୁ-ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଇନଲାଇନରେ ଟିକେଟ୍ ବିକ୍ରି ହେବ । କଟକ ବାରବାଟୀରେ ଜୁଜ୍ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-ଟ୍ବେଣ୍ଟି ମ୍ୟାଚ୍ ।
Back to top button