ଜାତୀୟରାଜନୀତି

ରାହୁଲଙ୍କୁ ଇଡ଼ିର ନୂଆ ସମନ, ଜୁନ୍ ୧୩ରେ ହାଜର ହେବାକୁ ନିର୍ଦ୍ଦେଶ

ନ୍ୟାସନାଲ ହେରାଲ୍ଡ ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ନୂଆ ସମନ ଜାରି କରିଛି । ‘ନ୍ୟାସ୍‌ନାଲ୍ ହେରାଲଡ୍‌’ ମାମଲାରେ ଜୁନ୍ ୧୩ରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ପାଇଁ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ ସାନି ସମନ୍ ଜାରି କରାଯାଇଛି। ଜୁନ ୮ରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ କାର୍ଯ୍ୟାଳୟରେ ହାଜର ହେବାକୁ ଇଡି ସମନ ଜାରି କରିଥିଲା। ବର୍ତ୍ତମାନ ରାହୁଲ ବିଦେଶରେ ଥିବା ବେଳେ ଜୁନ ୫ରେ ଭାରତ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ଏହା ପୂର୍ବରୁ ଇଡିରେ ହାଜର ହେବା ପାଇଁ ରାହୁଲଙ୍କ ପକ୍ଷରୁ ଏକ ନୂଆ ତାରିଖ ମଗାଯାଇଥିଲା। ଅନ୍ୟପଟେ ସୋନିଆ ଗାନ୍ଧୀ ଗୁରୁବାର କରୋନା ପଜିଟିଭ୍ ହୋଇଥିବା ବେଳେ ଜୁନ ୮ରେ ସେ ଇଡି କାର୍ଯ୍ୟାଳୟରେ ହାଜର ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସୋନିଆ ଗାନ୍ଧୀ ଓ ରାହୁଲ୍ ଗାନ୍ଧୀ ଜମି ସହ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ପାଣ୍ଠି ଅକ୍ତିଆର କରିଛନ୍ତି ବୋଲି ‘ବିଜେପି’ ସାଂସଦ ସୁବ୍ରମଣିୟାନ୍ ସ୍ବାମୀ ଦିଲ୍ଲୀ ଅଦାଲତରେ ମାମଲା ରୁଜୁ କରିଥିଲେ । ଏହାପରେ ‘ନ୍ୟାସ୍‌ନାଲ୍‌‌ ହେରାଲଡ୍‌’ ମାମଲା ଲୋକଲୋଚନକୁ ଆସିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com