ଓଡ଼ିଶା
୨୦ ଲକ୍ଷ ଲାଞ୍ଚ ନେଉଥିଲେ, ଇନ୍ସପେକ୍ଟର ଚାକିରିରୁ ବିଦା ହେଲେ

ଭୁବନେଶ୍ୱର: ଭିଜିଲାନ୍ସ ଅଧିକାରୀ ବି ସ୍କାନରରେ ରହିବେ । ଏଥିପାଇଁ ଭିଜିଲାନ୍ସ ସେଲର ଆଭ୍ୟନ୍ତରୀଣ ୟୁନିଟକୁ କ୍ରିୟାଶିଳ କରାଯାଇଛି । ଫଳରେ ଆଜି ଲାଞ୍ଚ ନେବାବେଳେ ଧରାପଡିଛନ୍ତି ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଇନ୍ସପେକ୍ଟର ମାନସୀ ଜେନା । ଜଣେ ମଧ୍ୟସ୍ଥି ଜରିଆରେ ସରକାରୀ ଅଧିକାରୀଙ୍କୁ ଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଆଭ୍ୟନ୍ତରୀଣ ଭିଜିଲାନ୍ସ ୟୁନିଟ୍ । ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଥିବା ଏକ ମାମଲାକୁ ରଫା ଦଫା ପାଇଁ ମାନସୀ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ।





