ଜାତୀୟରାଜନୀତି

ନୂପୁର ଶର୍ମା ବୟାନ ବିବାଦରେ ଅଖିଳେଶ ଯାଦବଙ୍କ ବଡ଼ ନିଷ୍ପତ୍ତି

ଲକ୍ଷ୍ନୌ:  ପୈଗମ୍ବର ମହମ୍ମଦଙ୍କୁ ନେଇ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ଓ ପରେ ଉପୁଜିଥିବା ପରିସ୍ଥିତିରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଶନିବାର ବଡ ଘୋଷଣା କରିଛନ୍ତି। ସପା ନିଜର ସବୁ ମିଡିଆ, ମିଡିଆ ପ୍ରମୋଟର ଓ ମୁଖପାତ୍ରମାନଙ୍କୁ ନୂପୁର ଶର୍ମା ବୟାନ ସମ୍ପର୍କିତ କୌଣସି ଟେଲିଭିଜ ଡିବେଟରେ ଭାଗ ନ ନେବାକୁ କଡ଼ା ଚେତାବନୀ ଦେଇଛନ୍ତି। ସେହି ପରି ପାର୍ଟି ନେତାମାନଙ୍କୁ ପ୍ରସଙ୍ଗରେ ଗଣମାଧ୍ୟମରେ କୌଣସି ମତ ମନ୍ତବ୍ୟ ଜାରି ନ କରିବାକୁ ମଧ୍ୟ କୁହାଯାଇଛି। ପରିସ୍ଥିତିର ଗୁରୁତ୍ୱକୁ ଦେଖି ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଶନିବାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରାଜ୍ୟର କେତେକ ଜିଲ୍ଲାରେ ହିଂସା ଉପୁଜିବା ପରେ ଶୀର୍ଷ ଅଧିକାରୀଙ୍କ ସହ ବୈଠକ କରିଛନ୍ତି।

Related Articles

Back to top button