ଓଡ଼ିଶା
ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ
ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଗୁରୁବାର ଓଡ଼ିଶା ଛଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କରିଛି । ମୌସୁମୀ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେଉଛି । ପ୍ରାୟ ଏକ ସପ୍ତାହ ମଧ୍ୟରେ ସାରା ଓଡ଼ିଶାକୁ ଛୁଇଁବ ବୋଲି ପାଣି ବିଭାଗ ଆକଳନ କରିଛି ।
ସାଧାରଣତଃ ରଜ ପୂର୍ବରୁ ପାର୍କ ମୌସୁମୀ ଏବଂ ରଜ ବେଳେ ସାରା ଓଡିଶା ଅଳ୍ପ ବହୁତେ ଭିଜିଥାଏ । ଏଥର କିନ୍ତୁ ଏହା ଦେଖିବାକୁ ମିଳିନାହିଁ । ଏଭଳିକି କାଳବୈଶାଖୀ ପ୍ରଭାବରେ ଯେତିକି ବର୍ଷା ଅନୁମାନ କରାଯାଉଥିଲା ତାହା ମଧ୍ୟ ହୋଇ ନାହିଁ ।
ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବେଶ କଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🌧️⛈️🌧️⛈️#Monsoon2022 #monsoon pic.twitter.com/Jsxy5Gc4d1
— Meteorological Centre, Bhubaneswar (@mcbbsr) June 16, 2022