ପୂର୍ବରୁ ଏହି ଖବର ଶୁଣିବାକୁ ମିଳିଥିଲା ବର୍ତ୍ତମାନ ଏହା ଦେଖିପାରିବେ। କାରଣ ଏବେ ରଣବୀର ଏବଂ ଦୀପିକାଙ୍କ ବଙ୍ଗଳାର ପ୍ରଥମ ଝଲକ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ବଡ ବିଲ୍ଡିଂରେ ନିର୍ମାଣ ଚାଲିଛି । ଭିଡିଓରେ ଦାବି କରାଯାଉଛି ଯେ ଏହା ହେଉଛି ରଣବୀର-ଦୀପିକାଙ୍କ ଘର ଯାହା ଶାହାରୁଖଙ୍କ ମନ୍ନତ ପାଖରେ ଅଟେ।
ଖବର ଅନୁଯାୟୀ କହିବାକୁ ଗଲେ ରଣବୀର-ଦୀପିକାଙ୍କ ଏହି ଘରର ମୂଲ୍ୟ ୧୧୯ କୋଟି ଟଙ୍କା। ଏହି ବିଳାଶପୂର୍ଣ୍ଣ ବିଲ୍ଡିଂରେ ୧୯ଟି କାର ପାର୍କିଂ ସ୍ଲଟ୍ ଅଛି । ଏହି ଏହା ବ୍ୟତୀତ ୧୬, ୧୭,୧୮ ୧୯ ମହଲାରେ ଅବସ୍ଥିତ, ମୋଟ କାର୍ପେଟ କ୍ଷେତ୍ର ୧୧,୨୬୮ ବର୍ଗଫୁଟ ଏବଂ ୧୩୦୦ ବର୍ଗଫୁଟର ଏକ ସ୍ୱତନ୍ତ୍ର ଟ୍ୟାରେସ୍ ରହିଛି । ସୂଚନା ଅନୁଯାୟୀ ଯେ ରଣବୀର ସିଂ ଏହି ଆପାର୍ଟମେଣ୍ଟକୁ Oh Five Oh Media Works LLP ନାମକ ଏକ କମ୍ପାନୀ ମାଧ୍ୟମରେ କିଣିଛନ୍ତି। ତାଙ୍କ ପିତା ଜଗଜିତ୍ ସୁନ୍ଦର ସିଂ ଏହି କମ୍ପାନୀର ନିର୍ଦ୍ଦେଶକ ।