ଓଡ଼ିଶା
ସାରା ପଶ୍ଚିମ ଓଡ଼ିଶା ପାଳନ କରୁଛି- ସମ୍ବଲପୁରୀ ଦିନ୍
ସମ୍ବଲପୁର, ୦୧/୦୮/୨୦୨୨- ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ । ସମ୍ବଲପୁରୀ ପୋଷାକ ସହ ପାରମ୍ପରିକ ନାଚ ଗୀତର ଆସର ଜମୁଛି । ଭାଷା ସାହିତ୍ୟର ପୁରୋଧା ସତ୍ୟ ନାରାୟଣ ବୋହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଏ । ମଙ୍ଗଳବାର ସାରା ପଶ୍ଚିମ ଓଡ଼ିଶା ପାଳନ କରୁଛି ଏହି ଦିବସକୁ । ଆଜିିର ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ଭାଷା, ସଂସ୍କୃତିର ପ୍ରଚାର ହିଁ ଏହାର ଏକମାତ୍ର ଲକ୍ଷ୍ୟ ।