ଓଡ଼ିଶା

ଚିକିତ୍ସା ଅବହେଳାରୁ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ବାଲେଶ୍ୱର, ୦୫/୦୮/୨୦୨୨-  ଚିକିତ୍ସା ଅବହେଳାରୁ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ପରେ ନୀଳଗିରି ଉପଖଣ୍ଡ ଖଇରବଣି ସେବାଶ୍ରମରେ ଉତ୍ତେଜନା । ସେବାଶ୍ରମ ଆଗରେ ଠେଙ୍ଗାବାଡ଼ି ଧରି ପ୍ରତିବାଦ କରୁଛନ୍ତି ଲୋକ । ହଷ୍ଟେଲକୁ ଘେରାଉ କରିବା ସହ ପ୍ରିନ୍ସିପାଲଙ୍କୁ ତାଲା ପକାଇ ହଷ୍ଟେଲରେ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି । କ୍ଷତିପୂରଣ ଦାବିରେ ଗ୍ରାମବାସୀ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ନୀଳଗିରି ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।  ଧବଶିଳା ରାବୁଣୁ ସାହିର ପୂର୍ଣ୍ଣଚନ୍ଦ୍ର ସିଂଙ୍କ ୭ ବର୍ଷର ପୁଅ ତପୁ ସିଂ ଖଇରବଣି ସେବାଶ୍ରମ ହଷ୍ଟେଲରେ ରହି ପଢ଼ୁଥିଲେ । କିଛିଦିନ ଧରି ସେ ଜ୍ଵରରେ ପୀଡିତ ଥିବାରୁ ତାଙ୍କୁ ହଷ୍ଟେଲରେ କୌଣସି ଚିକିତ୍ସା ନ କରି ଅସୁସ୍ଥ ଅବସ୍ଥାରେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।  ପରିବାର ପକ୍ଷରୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସେବାଶ୍ରମରେ ଉତ୍ତେଜନା ଦେଖାଦେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com