ଜାତୀୟରାଜନୀତି

ବିହାରରେ ବିଜେପି ହାତ ଛାଡିଲେ ନୀତିଶ । ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ

ସମସ୍ତ କଳ୍ପନା ଜଳ୍ପନାର ଘଟିଛି ଅନ୍ତ । ଶେଷରେ ବିହାରରେ ବିଜେପି ହାତ ଛାଡିଲେ ନୀତିଶ । ଭାଙ୍ଗିଲା ବିଜେପି-ଜେଡିୟୁ ମେଣ୍ଟ । ବିଜେପିଠୁ ଅଲଗା ହୋଇ ରାଜ୍ୟ ରାଜନୀତିର ସମୀକରଣ ବଦଳାଇଛନ୍ତି ନୀତିଶ । ବିଜେପି ଛାଡି ନୂଆ ଦଳ ସହ ସରକାର ଗଢିବା ଦିଗରେ ହେଉଛନ୍ତି ଅଗ୍ରସର  । ବିହାରରେ ବିଜେପିଠୁ ଅଲଗା ହୋଇଛନ୍ତି ନୀତିଶ କୁମାର । ଏନେଇ ନୀତିଶ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଏହାସହ ସେ କଂଗ୍ରେସ-ଆରଜେଡି ଓ ବାମଦଳ ସହ ମିଶି ସରକାର ଗଠନ କରିବେ ବୋଲି ସୂଚନା ମିଳୁଛି । ତେବେ ଅପରାହ୍ନ ୪ଟାରେ ନୀତିଶ ରାଜ୍ୟପାଳଙ୍କୁ ଭେଟିବେ ବୋଲି ଜଣାପଡିଛି । ଭାଙ୍ଗିବା ନେଇଗତ କିଛି ଦିନ ଧରି ଚର୍ଚ୍ଚା ଜୋର୍ ଧରିଥିଲା ।ଏହାମଧ୍ୟରେ ବିହାର କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ନୀତିଶ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହେବେ । ଅନ୍ୟ ବିଧାୟକମାନେ ମଧ୍ୟ ନୀତିଶଙ୍କ ମୁଖ୍ୟମନ୍ତ୍ରୀ ପଦକୁ ସମର୍ଥନ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com