![](https://i0.wp.com/odia.mobilenews24x7.com/wp-content/uploads/2022/08/WhatsApp-Image-2022-08-17-at-12.06.56-PM-1.jpeg?resize=500%2C253&ssl=1)
ବ୍ରହ୍ମପୁର, ୧୭/୦୮/୨୦୨୨- ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଧୁମଧାମରେ ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ । କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ପଦଯାତ୍ରା କରି କଂଗ୍ରେସ ବି ଏହାକୁ ସାରା ଦେଶରେ ପାଳନ କରୁଛି । ଏଆଇସିସିର ଡାକରା କ୍ରମେ ସାରାଦେଶରେ ପ୍ରତ୍ୟେକ ଜିଲ୍ଲାରେ ୭୫ କିଲୋମିଟର ପଦଯାତ୍ରା କରି ଲୋକଙ୍କୁ ସ୍ୱାଧୀନତାର ମୂଲ୍ୟବୋଧ ଏବଂ ସ୍ୱାଧୀନତା ଆଣିବାରେ ଯେଉଁ ମହାନ ନେତା ମାନେ ଆନ୍ଦୋଳନରେ ଝାସ ଦେଇ ଦେଶକୁ ଇଂରେଜ ମାନଙ୍କ ଠାରୁ ଦେଶକୁ ସ୍ୱାଧୀନତା କରିଥିଲେ ସେମାନଙ୍କ ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି । ଏହି ପରିପ୍ରେକ୍ଷୀରେ ଓଡିଶା ପ୍ରଦେଶ କଂଗ୍ରେସ ବି ସାରା ଓଡ଼ିଶାରେ ଏହାକୁ ଧୁମଧାମରେ ପାଳନ କରୁଛି । ଗଞ୍ଜାମ କଂଗ୍ରେସ ପକ୍ଷରୁ ଅଗଷ୍ଟ ୯ କ୍ରାନ୍ତି ଦିବସରୁ ଏହି ପଦଯାତ୍ରା ଛତ୍ରପୁର ନିର୍ବାଚନ ମଣ୍ଡଳୀ ହୁମ୍ମାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ବ୍ରହ୍ମପୁରରେ ସମାପନ ହୋଇଥିଲା । ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଏହାର ନେତୃତ୍ୱ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ ପ୍ରଶାନ୍ତ ବିଶୋଇ, ପ୍ରଫୁଲ୍ଲ ପଣ୍ଡା, ସୁବସିନୀ ପଟ୍ଟନାୟକ, ସନାତନ ସାହୁ, ବିକାଶ ପଶୁପାଳକ, ମହେଶ୍ୱର ପାତ୍ର, ସିଦ୍ଧାନ୍ତ ସାହୁ, ପୀତବାସ ପଣ୍ଡା, ଭୋକାଲି ସେଠୀ ଏବଂ ବହୁ ଛାତ୍ର-ଯୁବ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।