ଓଡ଼ିଶା

ମାଗଣା ଛିଦ୍ରମୟ ଅସ୍ଥି ପରୀକ୍ଷା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, ୧୮/୦୮/୨୦୨୨-   ପଦ୍ମଶ୍ରୀ ପ୍ରଫେସର ଡାକ୍ତର କୃଷ୍ଣ ମୋହନ ପାଠିଙ୍କ ସ୍ଥାନୀୟ ଲିଙ୍ଗରାଜ ନଗର ସ୍ଥିତ ବାସଭବନରେ ଛିଦ୍ରମୟ ଅସ୍ଥି ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାରଳା ମହାରାଜ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ଡ. ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ସ୍ୱାସ୍ଥ୍ୟ ଶିବିରର ଶୁଭାରମ୍ଭ କରିଥିଲେ ଓ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ।  ବ୍ରହ୍ମପୁର ଓ ଅନ୍ୟାନ୍ୟ ଅଞ୍ଚଳର ଅନେକ ବ୍ୟକ୍ତି, ଏବଂ ପାରଳା ମହାରାଜ ଇଞ୍ଜିନିୟରିଂ କଲେଜର ଅନ୍ୟ କଛି ଅଧ୍ୟାପକ ତାଙ୍କ ପରିବାରର ସଦସ୍ୟଙ୍କ ସହ ଏହି ଶିବିରରେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ ଏବଂ ଡ. ପାଠିଙ୍କ ପରାମର୍ଶ ନେଇଥିଲେ । ସୁରେଶ କୁମାର ପାଠି, ଆଇନଜୀବୀ ବିଜୟ ଚନ୍ଦ୍ର ମିଶ୍ର, ଆଇନଜୀବୀ  ରମେଶ ଚନ୍ଦ୍ର ପାଣିଗ୍ରାହୀ,  ବିକାଶ ସାହୁ ଓ ଅନ୍ୟମାନେ ଏହି ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com